www.samajalive.in
Sunday, December 7, 2025
26.1 C
Bhubaneswar

ମନ୍ତ୍ରୀଙ୍କ ଦ୍ଵାରା ଭୈରବୀ କ୍ଲବ ନୂତନ ଗୃହ ଉଦଘାଟିତ 

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ କ୍ଲବର ନୂତନ ଗୃହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଭୈରବୀ କ୍ଲବ ସଭାପତି ଅକ୍ରୁର ସେଠିଙ୍କ ସଭାପିତ୍ବରେରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ, ସୁଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର୍ ଅମାତ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସେହ୍ନଲତା ପ୍ରଧାନ ଯୋଗ ଦେଇ ଭୈରବୀ କ୍ଲବ ନୂତନ ଗୃହ ଉଦଘାଟନ କରିଥିଲେ। ଏଥିରେ ଭୈରବୀ କ୍ଲବର ଆଠ ଜଣ ବରିଷ୍ଠ ସଦସ୍ୟଙ୍କୁ ମନ୍ତ୍ରୀଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭୈରବୀ କ୍ଲବର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କ୍ଲବର ବରିଷ୍ଠ ସଦସ୍ୟ କୈଳାସ ଅଗ୍ରୱାଲ ମଞ୍ଚ ପରିଚାଲନା କରିଥିବା ବେଳେ ସମ୍ପାଦକ ତୁଷାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ସେହିପରି ପୁରୁଣାକଟକ ସ୍ଥିତ ମୋହତ୍ସଵ ପଡ଼ିଆରେ ଆଗାମୀ ନଭେମ୍ବର ମାସ ୧୬ ତାରିଖରେ ହେବାକୁ ଥିବା ତୃତୀୟ ଭୈରବୀ ମୋହତ୍ସଵ ପାଇଁ ମନ୍ତ୍ରୀଙ୍କ ଦ୍ଵାରା ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲେ । ଏହି କାର୍ଯ୍ୟକ୍ରମରେ ଭୈରବୀ ମୋହତ୍ସଵ କମିଟିର ସଭାପତି ଅଶୋକ ଅଗ୍ରୱାଲ ସମ୍ପାଦକ ଅଶୋକ ସେଠୀଙ୍କ ସହ ସମସ୍ତ ସଦସ୍ୟ ଏବଂ ଅଞ୍ଚଳର ବହୁ ବ୍ୟକ୍ତି ଯୋଗଦେଇଥିଲେ । ଚଳିତ ବର୍ଷ ମାଁ ଭୈରବୀ ମୋହତ୍ସଵ ଯେମିତି ଶାନ୍ତି ଶୃଙ୍ଖଳା  ସହ ବଡ଼ ଧୁମଧାମରେ ଜିଲ୍ଲା ତଥା ଜିଲ୍ଲା ବାହାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ସେ ନେଇ ମନ୍ତ୍ରୀ ନିଜ ଅଭିଭାଷଣ ରଖିଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories