www.samajalive.in
Sunday, December 14, 2025
26.1 C
Bhubaneswar

ମଦ ଦୋକାନ ନବୀକରଣ ଆଲୋଚନା, ଗ୍ରାମସଭା ପାଲଟିଲା ରଣକ୍ଷେତ୍ର

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଂଚାୟତ କାର୍ଯ୍ୟlଳୟ ଠାରେ ଆଜି ମଦ ଦୋକାନ ନବୀକରଣ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମଦ ଦୋକାନ ଖୋଲିବା ପାଇଁ ସପକ୍ଷବାଦୀ ଲୋକ ଓ ମଦ ଦୋକାନ ବନ୍ଦ କରିବା ପାଇଁ ବିପକ୍ଷବାଦୀ ଲୋକ ଉପସ୍ଥିତ ରହିଥିଲେ। ସରପଞ୍ଚ ବରୁଣ ପ୍ରଧାନଙ୍କ ଅନୁପସ୍ଥିତି ଯୋଗୁଁ ନାଏବ ସରପଞ୍ଚଙ୍କ ସଭାପତିତ୍ୱରେ ବୈଠକରେ ଆଲୋଚନା ହୋଇଥିଲା। ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ମାର ପିଟ କଥା କଟା କଟି ହୋଇ ଉତେଜନା ଦେଖା ଯାଇଥିଲା। ଫଳରେ ଗ୍ରାମ ସଭା ନାଏବ ସରପଞ୍ଚ ସ୍ଥଗିତ କରିଥିଲେ। ଏହା ପରେ ମଦ ଦୋକାନକୁ ବିରୋଧ କରୁଥିବା ପରୁଷ ମହିଳା ଗ୍ରାମ ସଭା କରିବା ନିମନ୍ତେ ଅଡ଼ି ବସିଥିଲେ। ସାରଙ୍ଗଡ଼ ପୁଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଆଗାମୀ ୧୪ ତାରିଖରେ ଗ୍ରାମ ସଭା ବୈଠକ କରାଯିବ ବୋଲି ନାଏବ ସରପଞ୍ଚଙ୍କ ପ୍ରତିଶୃତି ପରେ ଶତାଧିକ ମହିଳା ପଂଚାୟତ କାର୍ଯ୍ୟାଳୟରୁ ହଟିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories