www.samajalive.in
Sunday, December 14, 2025
23.1 C
Bhubaneswar

ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଆୟୋଜିତ

ରେଙ୍ଗାଲି: ଅଖିଳ ଭାରତୀୟ କଂଗ୍ରେସ କମିଟିର ନେତା ରାହୁଲ୍ ଗାନ୍ଧୀଙ୍କର ଭାରତ ଯୋଡୋ ଯାତ୍ରାର ଏକବର୍ଷ ପୂର୍ତ୍ତି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ରେଙ୍ଗାଲି ବ୍ଲକ କଂଗ୍ରେସ କମିଟି ତରଫରୁ ଆଜି ଘିଚାମୁରା ଠାରେ ଘରେ ଘରେ ହାତ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ମହିଳା ଓ ଯୁବକ ଅଂଶ ଗ୍ରହଣ କରି ୩ କିଲୋମିଟର ରାସ୍ତା ପଦଯାତ୍ରା କରି ଥିଲେ। କାର୍ଯ୍ୟକ୍ରମରେ ରେଙ୍ଗାଲି ବ୍ଲକ କଂଗ୍ରେସ କମିଟିର ସଭାପତି ଚତୁର୍ଭୁଜ ଝାଙ୍କର, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୁବାସ ବିଶ୍ଵାଳ, ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ସଂଯୋଜକ ଦୁର୍ଗା ଶଙ୍କର ବାଗ, ସନ୍ତୋଷ ଭୋଇ, ଗତ ବିଧାନସଭାର ବିଧାୟକ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ, ଅନିଲ ବେହେରା ପ୍ରମୁଖ ନେତୃବୃନ୍ଦଙ୍କ ତତ୍ତ୍ବାବଧାନରେ ପଦଯାତ୍ରା ଘିଚାମୁରା ଗୌରଡିହି ଠାରୁ ଆରମ୍ଭ ହୋଇ ଘିଚାମୁରା ଗାଁ ପରିକ୍ରମା କରି ହାଇସ୍କୁଲ ପଡିଆ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ବ୍ଲକ ସଭାପତି ଶ୍ରୀ ଝାଙ୍କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ରାଜେନ୍ଦ୍ର ଛତ୍ରିଆ, ପୁର୍ବତନ ଜିଲ୍ଲା ସଭାପତି ଅଶ୍ଵନୀ ଗୁରୁ ପିସିସି ସମ୍ପାଦକ ଦୁଲାଲ ପଧାନ, ପିସିସି କାର୍ଯ୍ୟକର୍ତ୍ତା ଜିତେନ୍ଦ୍ରିୟ ପଧାନ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ବିଜୟ ଲକ୍ଷ୍ମୀ ବେହେରା, ଜିିିଲ୍ଲାଯୁବ କଂଗ୍ରେସ ସଭାପତି ପ୍ଳାବନ ବହିଦାର, ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପୂଜାରୀ ବ୍ୟକ୍ତବ୍ୟ ରଖିଥିଲେ। ଦେଶର ହିତପାଇଁ କଂଗ୍ରେସର ହାତମୁଠାକୁ ଟାଣ କରିବା ପାଇଁ ସଂକଳ୍ପ ନେବାକୁ ଜନସାଧାରଣଙ୍କୁ ନେତୃବୃନ୍ଦ ଆହ୍ବାନ ଦେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories