ପଦ୍ମପୁର: ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ଵିଷ୍ଣୁ ପ୍ରସାଦ ପଣ୍ଡାଙ୍କୁ ପଦ୍ମପୁର ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ କରାଯାଇଛି। ପଦ୍ମପୁର ସ୍ଥିତ ମୁଚିକିପଦର ଛକ ନିକଟରେ ବିଜୁ ଛାତ୍ର ଜନତା ଦଳର ନବ ନିଯୁକ୍ତ ରାଜ୍ୟ ଉପସଭାପତିଙ୍କୁ ଏକ ମୋଟର ସାଇକେଲ ରାଲିରେ ପଦ୍ମପୁର ମୂଖ୍ୟ ରାସ୍ତା ଦେଇ ରାଜ୍ୟ ସରକାରଙ୍କ ନାରା ବଜାଇ ସହର ପରିକ୍ରମା କରିଥିଲେ। ଏଥିରେ ବିଜେଡି ନେତା ଦୁର୍ଗା ପ୍ରସାଦ ସାହୁ, ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ, ଦେବାନନ୍ଦ ପଣ୍ଡା, ଦେବାନନ୍ଦ ପାଢ଼ୀ ପ୍ରଶାନ୍ତ କୁମାର ଦଳେଇ, ବ୍ଲକ ବିଜେଡି ସଭାପତି ରବି ନାରାୟଣ ଆଚାର୍ଯ୍ୟ, ବୁଲୁ ସାହୁ, ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ସୁରେଶ ମିଶ୍ର, ଭୂଷଣ ଦଳପତି, ଗୌରୀ ଚନ୍ଦ୍ର ପାଣିଗ୍ରାହୀ, ଲକ୍ଷ୍ମଣ ସାହୁ, ଭାସ୍କର ଖାଡଙ୍ଗା, ସନ୍ତୋଷ, ଜ୍ଞାନ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
Popular Categories



