www.samajalive.in
Saturday, December 13, 2025
26.1 C
Bhubaneswar

ନେଦରଲ୍ୟାଣ୍ଡ୍‌ସକୁ ହରାଇଲା ନ୍ୟୁଜିଲାଣ୍ଡ

ହାଇଦରାବାଦ୍‌ : କ୍ରିକେଟ୍‌ ବିଶ୍ବକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍‌ସକୁ ୯୯ ରନ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୱିଲ ୟଙ୍ଗ, ରଚିନ ରବୀନ୍ଦ୍ର ଓ ଅଧିନାୟକ ଟମ୍‌ ଲାଥାମ୍‌ଙ୍କ ଅର୍ଦ୍ଧଶତକ ବଳରେ ୩୨୨ ରନ୍‌ କରିଥିବା ବେଳେ ନେଦରଲ୍ୟାଣ୍ଡ୍‌ସ ୪୬.୩ ଓଭରରେ ୨୨୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା।
ଟସ୍‌ ଜିତି ନେଦରଲ୍ୟାଣ୍ଡ୍‌ସ ପ୍ରଥମେ ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡକୁ ଆମନ୍ତ୍ରଣ କରିଥିଲା। ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୨୨ ରନ୍‌ ସଂଗ୍ରହ କରିଥିଲା। ଦଳ ତରଫରୁ ଡେଭନ କନୱେ ଓ ୱିଲ୍‌ ୟଙ୍ଗ ବ୍ୟାଟିଂ ଓପନ୍‌ କରିଥିଲେ। ପ୍ରଥମ ୱିକେଟ୍‌ ନିମନ୍ତେ ଏହି ଦୁଇ ବ୍ୟାଟସମ୍ୟାନ୍‌ ୬୭ ରନ୍‌ ସଂଗ୍ରହ କରିଥିବା ବେଳେ ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ କନୱେ ବ୍ୟକ୍ତିଗତ ଭାବେ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୨ ରନ୍‌ କରି ଆଉଟ୍‌ ହୋଇଥିଲେ। ପ୍ରଥମ ୱିକେଟ୍‌ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ରଚିନ ରବୀନ୍ଦ୍ର ଓ ୟଙ୍ଗଙ୍କ ମଧ୍ୟରେ ୭୭ ରନ୍‌ର ପାର୍ଟନରସିପ୍‌ ହୋଇଥିଲା। ଦଳର ସ୍କୋର ୧୪୪ ହୋଇଥିବା ବେଳେ ୟଙ୍ଗ ବ୍ୟକ୍ତିଗତ ଭାବେ ୭ଟି ଚୌକା ଓ ୨ଟି ଛକା ସହାୟତାରେ ୭୦ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହିପରି ଦଳର ସ୍କୋର ୧୮୫ ରନ୍‌ ହୋଇଥିବା ବେଳେ ରଚିନ ରବୀନ୍ଦ୍ର ବ୍ୟକ୍ତିଗତ ଭାବେ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୧ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଡାରେଲ ମିଚେଲ୍‌ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୪୮ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟକ ଟମ୍‌ ଲାଥାମ ୬ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୩ ରନ୍‌ କରି ଆଉଟ୍‌ ହୋଇଥିଲେ। ଗ୍ଲେନ୍‌ ଫିଲିପ୍ସ ୪ ଓ ମାର୍କ ଚାପମ୍ୟାନ୍‌ ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ଶେଷ ବେଳକୁ ମିଚେଲ୍‌ ସାଣ୍ଟ୍‌ନର ୧୭ଟି ବଳ୍‌ରୁ ୩ଟି ଚୌକା ଓ ୨ଟି ଛକା ସହାୟତାରେ ୩୬ ଓ ମ୍ୟାଟ୍‌ ହେନେରି ୪ଟି ବଲ୍‌ରୁ ଗୋଟିଏ ଛକା ସହାୟତାରେ ୧୦ ରନ୍‌ କରି ଅପରାଜିତ ରହିଥିଲେ। ନେଦରଲ୍ୟାଣ୍ଡ୍‌ସର ବୋଲର ଆର୍ୟନ ଦତ୍ତ, ପଲ୍‌ ଭାନ୍‌ ମେକ୍ରେନ୍‌ ଓ ରେଲୋଫ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।
ଜବାବରେ ନେଦରଲ୍ୟାଣ୍ଡ୍‌ସ ତରଫରୁ ବିକ୍ରମଜିତ୍‌ ସିଂହ ଓ ମ୍ୟାକ୍ସ ଓ’ ଡୋଉଡ୍‌ ବ୍ୟାଟିଂ ଓପନ୍‌ କରିଥିଲେ। ତେବେ ସେମାନେ ପ୍ରଥମ ୱିକେଟ୍‌ ନିମନ୍ତେ ମାତ୍ର ୨୧ ରନ୍‌ ସଂଗ୍ରହ କରି ପାରିଥିଲେ। ବିକ୍ରମଜିତ୍‌ ଗୋଟିଏ ଚୌକା ସହାୟତାରେ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାର ଅଳ୍ପସମୟ ପରେ ମ୍ୟାକ୍ସ ଓ’ ଡୋଉଡ୍‌ ୨ଟି ଚୌକା ସହାୟତାରେ ୧୬ ରନ୍‌ କରି ଆଉଟ୍‌ ହୋଇଥିଲେ। ଦଳର ସ୍କୋର ୬୭ ହୋଇଥିବା ବେଳେ ବାସ୍‌ ଡି ଲେଡ୍‌ ୩ଟି ଚୌକା ସହାୟତାରେ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। କଲିନ୍‌ ଆର୍କରମ୍ୟାନ୍‌ ଗୋଟିଏ ପଟେ ଲଢ଼ୁଆ ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟ ପଟରୁ ୱିକେଟ୍‌ ପତନ ଜାରି ରହିଥିଲା। ତେଜା ନିଦାମାନୁରୁ ୨୧ ରନ୍‌ କରି ରନ୍ଆଉଟ୍‌ ହୋଇଥିଲେ। ସେହିପରି ଅଧିନାୟକ ସ୍କଟ୍‌ ଏଡୱାର୍ଡ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୦, ଏଙ୍ଗେଲବ୍ରେଚ୍‌ ୩ଟି ଚୌକା ସହାୟତାରେ ୨୯, ମୋରୱେ ୧, କ୍ଲେଇନ ୮, ଆର୍ଯ୍ୟନ ୧୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଆର୍କରମ୍ୟାନ୍‌ ୫ଟି ଚୌକା ସହାୟତାରେ ୬୯ ରନ୍ କରି ପ୍ୟାଭିଲିୟନ୍‌ ଫେରିଥିଲେ। ନ୍ୟୁଜିଲାଣ୍ଡ ବୋଲର ମିଚେଲ୍‌ ସାଣ୍ଟ୍‌ନର ୫ଟି ୱିକେଟ୍‌ ହାସଲ କରିଥିବା ବେଳେ ମ୍ୟାଟ୍‌ ହେନେରିଙ୍କୁ ୩ଟି ୱ​‌ିକେଟ୍‌ ମିଳିଥିଲା। ରଚିନ ରବୀନ୍ଦ୍ର ଗୋଟିଏ ୱିକେଟ୍‌ ହାସଲ କରିଥିଲେ। ସାଣ୍ଟ୍‌ନର ପ୍ଲେୟାର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories