www.samajalive.in
Monday, December 15, 2025
26.1 C
Bhubaneswar

ପୁଲିସ ହେପାଜତରେ ସନ୍ଦେହଜନକ ଭାବରେ ଯୁବକର ମୃତ୍ୟୁ

ବୁର୍ଲା :  ପୁଲିସ ହେପାଜତରେ ଥିବା ଜଣେ ଯୁବକଙ୍କର ରବିବାର ମୃତ୍ୟୁ ଘଟିଛି । ରାଉରକେଲା ପୁଲିସ ବରଗଡରୁ ୧୩ ଜଣ ଯୁବକଙ୍କୁ ଏକ ମାମଲାରେ ଉଠାଇ ନେଇ ରାଉରକେଲା ଅଭିମୁଖେ ନେଉଥିବା ବେଳେ ବୁର୍ଲା ନିକଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତୁରନ୍ତ ପୁଲିସ୍ ଭ୍ୟାନଟି ଭିମସାରରେ ପହଂଚି ସମ୍ପୃକ୍ତ ଯୁବକଙ୍କ ଚିକିତ୍ସା କରାଇବା ପାଇଁ ଆଶୁଚିକିତ୍ସା ବିଭାଗକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ପଶ୍ଚିମ ବଙ୍ଗ ରୟା ଜିଲ୍ଲାର ଅନିରବନ କାଜି(୩୯) ବୋଲି ଜଣାପଡିଛି । ଗାଡିରେ ଥିବା ଅନ୍ୟଜଣେ ଯୁବକ ମଧ୍ୟ ଅସୁସ୍ଥ ହୋଇ ପଡିଥିଲେ। ଅସୁସ୍ଥ ଯୁବକ ହେଲେ ପଶ୍ଚିମ ବଙ୍ଗର ମଂଜିତ ଚାଟାର୍ଜୀ(୩୭)।
ସୂଚନା ମତେ ବରଗଡ ଟାଉନ୍ ଥାନା ପୁଲିସ ଗତ ୨୪ ତାରିଖ ଦିନ ଏକ ଠକେଇ ମାମଲାରେ ୧୩ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସମସ୍ତ ୧୩ ଜଣ ଯୁବକ ବରଗଡ ଜିଲ୍ଲା କାରାଗାରରେ ବନ୍ଦୀ ଜୀବନ ବିତାଉଥିଲେ। ଏହି ମାମଲାରେ ଗତକାଲି ସଂନ୍ଧ୍ୟାରେ ସମସ୍ତ ଅଭିଯୁକ୍ତଙ୍କ ଜାମିନ୍ ମଞ୍ଜୁର ହୋଇଥିଲା । ଆଜି ସକାଳୁ ସେମାନେ ଜେଲରୁ ବେଲରେ ମୁକୁଲିଥିଲେ । ସମସ୍ତ ୧୩ଜଣ ପଶ୍ଚିମ ବଙ୍ଗ ରାଜ୍ୟର ବୋଲି ଜଣାପଡିଛି । ତେବେ ଏହି ୧୩ ଜଣଙ୍କ ନାମରେ ପୁର୍ବରୁ ରାଉରକେଲାର ରଘୁନାଥ ପାଲି ଥାନାରେ ଏକ ଅଭିଯୋଗ ରହିଥିଲା । ତେବେ ରାଉରକେଲା ପୁଲିସ ଏମାନଙ୍କୁ ଆଜି ବରଗଡ ଜେଲରୁ ମୁକୁଲିବା ଖବର ପାଇ ପୁର୍ବରୁ ଜେଲ୍ ସମ୍ମୁଖରେ ଛକି ରହିଥିଲା । ଏମାନେ ଆଜି ଜେଲରୁ ବାହାରିବା ପରେ ରାଉରକେଲା ପୁଲିସ ଏମାନଙ୍କୁ ସେଠାରୁ ଉଠାଇଥିଲା । ପୁର୍ବରୁ ପ୍ରସ୍ତୁତ ଥିବା ପୁଲିସ ଭ୍ୟାନ୍(ବସ)ରେ ସମସ୍ତ ଯୁବକଙ୍କୁ ବସାଇ ରାଉରକେଲା ଅଭିମୁଖେ ବାହାରିଥିଲା। ତେବେ ବୁର୍ଲା ନିକଟରେ ବସରେ ଥିବା ୧୩ ଜଣଙ୍କ ମଧ୍ୟରୁ ଅନିରବନ୍ ଅସୁସ୍ଥ ହୋଇ ପଡିବା ସହିତ ଚେତାଶୂନ୍ୟ ହୋଇ ଯାଇଥିଲେ। ସେହିପରି ମଂଜିତ ମଧ୍ୟ ଅସୁସ୍ଥ ହୋଇ ପଡିଥିଲେ। ପୁଲିସଦଳ ତୁରନ୍ତ ଉକ୍ତ ଭ୍ୟାନକୁ ବୁର୍ଲା ଭିମସାର ହସପିଟାଲକୁ ଆଣିଥିଲା। ଅନିରବନ୍ ଏବଂ ମଜିତଙ୍କୁ ଚିକିତ୍ସା ପାଇଁ ଆଶୁଚିକିତ୍ସାକୁ ନିଆଯାଇଥିବା ବେଳେ ବାକି ୧୧ ଜଣ ଯୁବକଙ୍କୁ ମେଡିକାଲ ପୁଲିସ ଫାଣ୍ଡି ମଧ୍ୟରେ ରଖାଯାଇଥିଲା। ଅନିରବନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମଂଜିତଙ୍କୁ ପ୍ରାଥମିକ ଚିକିତ୍ସା ପରେ ପୁଲିସ ହେପାଜତକୁ ଛାଡି ଦେଇଥିଲେ । ଅନିରବନଙ୍କ ମୃତ୍ୟୁର କାରଣ ପ୍ରକୃତ କାରଣ ଜାଣିପାରି ନ ଥିଲେ ଡାକ୍ତର। ଏହାପରେ ମେଡିକାଲ ପୁଲିସ ଫାଣ୍ଡିରେ ବୁର୍ଲା ଏସଡିପିଓ ସତ୍ୟବ୍ରତ ଦାସ, ବୁର୍ଲା ଥାନାଧିକାରୀ ଅନିଲ କୁମାର ପ୍ରଧାନ, ହିରାକୁଦ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ପ୍ରମୁଖ ପହଂଚି ରାଉରକେଲା ପୁଲିସ ଦଳକୁ ଘଟଣା ସମ୍ପର୍କରେ ପଚରାଉଚୁରା କରିବା ସହିତ ମୃତ ଅନିରବନଙ୍କ ଶବବ୍ୟବଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏହାପରେ ମାଜିଷ୍ଟ୍ରେଟଙ୍କୁ ଡକାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବର ପଞ୍ଚନାମା କରାଯିବା ସହିତ ରାଉରକେଲା ପୁଲିସ ଦଳକୁ ପଚରାଉଚୁରା କରାଯିବା ସହିତ ଅନ୍ୟ ୧୨ଜଣ ଯୁବକଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ପଚରାଉଚୁରା କରିଥିଲେ ମାଜିଷ୍ଟ୍ରେଟ। ତେବେ ମୃତଯୁବକଙ୍କ ପରିବାର ଲୋକେ ଆସନ୍ତାକାଲି ପହଞ୍ଚିବା ପରେ ପୁଲିସ ଥରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପରିବାର ଲୋକଙ୍କୁ ପଚରାଉଚୁରା କରିବା ପରେ ଶବବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories