www.samajalive.in
Sunday, December 14, 2025
23.1 C
Bhubaneswar

ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ 

ଗୁଣପୁର :  ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା ପଦ୍ମପୁର ବ୍ଲକ ତେମ୍ବାଗୁଡା ପଞ୍ଚାୟତର ଡକରାମ ଗ୍ରାମରେ । ରବିବାର ଗ୍ରାମର ଗୋଲାପି ରୋଇତଙ୍କ ଦେହ ଅସୁସ୍ଥ ହୋଇ ପଡିଥିଲା। ତାଙ୍କ ପରିବାର ଲୋକେ ଏବଂ ଗ୍ରାମ ବାସିନ୍ଦା ଏକ ଖଟିଆରେ ଭାର କରି ୩ କିମି ଆସିଥିଲେ। ପରେ ଏକ ଅଟୋରେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେମ୍ବାଗୁଡା ପଞ୍ଚାୟତର ମାଲିକାପାଙ୍ଗା ଗ୍ରାମ ଠାରୁ ଡକରମା ଗ୍ରାମ ପାଖାପାଖି ୫ କିମି ଦୁରତା ସେଥିରୁ ଘାଟି ରାସ୍ତା ୩ କିମି । ଏହି ରାସ୍ତା ତିଆରି କରିବା ପାଇଁ ବିଭିନ୍ନ ସମୟରେ ଏଠାକାର ଲୋକ ମାନେ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଯାଇଛନ୍ତି। ହେଲେ ରାସ୍ତା ନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories