www.samajalive.in
Saturday, December 13, 2025
26.1 C
Bhubaneswar

ଟାଟା ପାୱାର ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ବିତରଣ କରୁଥିବା କମ୍ପାନୀ ଟାଟା ପାୱାର ପକ୍ଷରୁ ଶନିବାର ପୂର୍ବାହ୍ନରେ ସାମାଜିକ ଦାୟିତ୍ୱ ବୋଧ କାର୍ଯ୍ୟକ୍ରମ କ୍ରମରେ ସମ୍ବଲପୁର ସହରର ଜେଲଖାନା ଛକ ଠାରେ ଜନତାଙ୍କ ପାଇଁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ କାହ୍ନୁଚରଣ ବାନରା, ଟାଟା ପାୱାର ଅଧିକାରୀ ରାହୁଲ କୁମାର, ରାଜୀବ ରଞ୍ଜନ, ବିଭାଗୀୟ ଅଧିକାରୀ, କର୍ମଚାରୀ ଓ ଜିଲା ସ୍କୁଲର ଏନସିସି ଛାତ୍ର ମାନେ ଏଥିରେ ସାମିଲ ହୋଇଥିଲେ। ଯାନ ଚାଳକ ମାନଙ୍କୁ ଫୁଲ ଓ ଚକଲେଟ ପ୍ରଦାନ କରି ସଡକ ସୁରକ୍ଷା ପ୍ରତି ସଚେତନ କରାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ବାନରା ଗାଡି ଚଳାଇବା ସମୟରେ ସର୍ବଦା ଟ୍ରାଫିକ ନିୟମ ମାନିବା, ମୋବାଇଲ ଫୋନର ବ୍ୟବହାର ନ କରିବା, ଉତ୍ତମ ମାନର ହେଲମେଟ ତଥା ସିଟ ବେଲ୍ଟର ବ୍ୟବହାର ପାଇଁ ଜନତାଙ୍କୁ ଅନୁରୋଧ କରିଥିଲେ। ଟାଟା ପାୱାର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅରୁଣା ମାରାଣ୍ଡି ସଂଯୋଜନା କରିଥିବା ବେଳେ ବିଶ୍ୱଜିତ ଭୋଇ, ରୋଜାଲିନ ପଣ୍ଡା, ରାଜୀବ କୁମାର ବେହେରା, ଅବିନାଶ ମିଶ୍ର ଓ ଅନ୍ୟ କର୍ମଚାରୀ ମାନେ ସକ୍ରିୟ ସହାୟତା କରିଥିଲେ। ସମ୍ବଲପୁର ସମେତ ଆଜି ଦେବଗଡ଼ ଓ ଭବାନୀପାଟଣା ସହରରେ ମଧ୍ୟ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories