nua o banner

ଆଇଏନଏକ୍ସ ମିଡିଆ ମାମଲା : ଏପ୍ରିଲ ୧୩ ପର୍ଯ୍ୟନ୍ତ ହାଜତକୁ ଗଲେ ପିଟର

BSKY banner  750×100
0

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀର ଏକ ଅଦାଲତ ଶନିବାର ପିଟର ମୁଖାର୍ଜୀଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇବାକୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଅଦାଲତ ପିଟରଙ୍କୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସିବିଆଇ ହାଜତରେ ରହିବାକୁ ନିର୍ଦେଶ ଦେଇଥିଲେ। ଏଫଆଇପିବି ଲାଇସେନ୍ସ ପାଇବାକୁ ଆଇଏନଏକ୍ସ ମିଡିଆର ମାଲିକ ପିଟର ମୁଖାର୍ଜୀ ପୂର୍ବନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପୁତ୍ର କାର୍ତ୍ତିଙ୍କୁ ପ୍ରାୟ ୩.୨୫ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚ ୨୩ରେ କାର୍ତ୍ତିଙ୍କୁ ଜାମିନ ପ୍ରଦାନ କରିସାରିଛନ୍ତି।

Leave A Reply