www.samajalive.in
Sunday, December 14, 2025
26.1 C
Bhubaneswar

ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ ସମ୍ମାନିତ

ଫୁଲବାଣୀ: ବିଗତ ଚାରି ବର୍ଷ ଧରି ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜର ନିରବଚ୍ଛିନ୍ନ ସେବା ଜାରି ରଖିଛି ସ୍ବେଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି କନ୍ଧମାଳ। ଆବାହକ ଭି ଲୋକନାଥ ରାଜୁଙ୍କ ନେତୃତ୍ବରେ ଗଠନ ହେଇଥିବା ଏହି ଟିମ୍ ମୁଖ୍ୟତଃ ରକ୍ତଦାନ ତଥା ଶିବିର ଆୟୋଜନ, ସଡ଼କ ଦୁର୍ଘଟଣା, ଦୈବି ଦୁର୍ବିପାକ, ଶବ ସତ୍କାର, ବିଷାକ୍ତ ସାପ ଗୁଡ଼ିକର ଉଦ୍ଧାର ଭଳି ଅନେକ ସାମାଜିକ କାର୍ୟ୍ୟକ୍ରମ କରି ଆସୁଛି। ସାପ ଉଦ୍ଧାର କରିବା ପାଇଁ ଟିମ୍ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ନେକ ହେଲ୍ପଲାଇନ ଟିମ୍ ଗଠନ କରାଯାଇଛି । ବିଗତ ଚାରି ବର୍ଷ ମଧ୍ୟରେ ଫୁଲବାଣୀ ସହର ତଥା ଆଖପାଖ ଅଂଚଳରୁ ପ୍ରାୟ ୪୦୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ ପ୍ରଜାତିର ସାପ ଏବଂ କେତେଗୋଟି ଗୋଧି ଉଦ୍ଧାର କରାଯାଇଛି। କନ୍ଧମାଳ ଜିଲ୍ଲା ବନ ବିଭାଗ ସଂଗଠନର ଟିମ୍ ର ସମସ୍ତ କାର୍ୟ୍ୟକ୍ରମ ଉପରେ ଅନୁଧ୍ୟାନ କରିବା ସହିତ କାର୍ୟ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ। ସେହିଭଳି ବାଲିଗୁଡ଼ାର ବରିଷ୍ଠ ଆଇନଜୀବି ତଥା ବୃକ୍ଷପ୍ରେମୀ କୌଶିକ ସାହୁଙ୍କୁ ମଧ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories