www.samajalive.in
Friday, December 12, 2025
26.1 C
Bhubaneswar

ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଘର ପ୍ରତୀକ ସାହାଯ୍ୟରେ ଦାଦାବଟି ଅଭିଯୋଗ

ଝାରସୁଗୁଡ଼ା : ବିଗତ କିଛିମାସ ହେବ ଝାରସୁଗୁଡ଼ା ସମେତ ବେଲପାହାଡ଼ ସହରରେ ଭୁବନେଶ୍ୱର ରେଜିଷ୍ଟେସନ ନମ୍ବରଥିବା ଏକ ଦାମିକା କାରରେ ଜଣେ ଯୁବକ କେତେକ ଅନୁଷ୍ଠାନ ବ୍ୟକ୍ତି ବିଶେଷକୁ ଧମକ ଦେବା ଜଣାପଡ଼ିଛି । ବେଲପାହାଡ଼ର ଜଣେ ଯୁବକ ଏକ କମ୍ପାନୀର ପ୍ରତିଷ୍ଠାତା ସହିତ ଚ୍ୟାରମ୍ୟାନ ପରିଚୟ ଦେଇ ଏକ ଦାବିକା କାର (ଓଡ଼ି ୩୩ ଏନ୍ ୦୭୦୭)ରେ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଘର ଜାତୀୟ ଉପ ସଭାପତି, ଓଡ଼ିଶା ଇନଚାର୍ଜ ଓ ବିଶ୍ୱ ମାନବ ଅଧିକାର ସୁରକ୍ଷା ଆସୋସୋଏସନର ବ୍ରାଣ୍ଡ ଆମ୍ବାସେଡ଼ର ବୋଲି ଲେଖାଯାଇଛି । ଗାଡ଼ିର ଏହି ବୋଡ଼ ଲଗାଇ ଯୁବକ ଜଣକ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ସହିତ କେତେକ ବ୍ୟବସାୟୀ ମାନଙ୍କ ଠାରୁ ବଟି ନେଉଥିବା ମଧ୍ୟ ଅଭିଯୋଗ ହେଇଛି । କିଛିଦିନ ପୂର୍ବରୁ ବେଲପାହାଡ଼ ଥାନାରେ କାର୍ୟ୍ୟରତ ଜଣେ ହୋମଗାଡ଼କୁ ମଧ୍ୟ ସଂପୃକ୍ତ ଯୁବକ ଜଣକ ଦୁଃବ୍ୟବହାର କରିଥିବା ଅଭିଯୋଗ ହେଇଥିଲା । ବେଲପାହାଡ଼ ପୋଲିସ ଗାଡ଼ିକୁ ଥାନାରେ ଜବତ କରିବା ସହିତ ଉକ୍ତ ଯୁବକକୁ ବିଶ୍ୱ ମାନବ ଅଧିକାର ସୁରକ୍ଷା ସଂଘର ଅସଲି କାଗଜପତ୍ର ଆଣିବାକୁ ପୋଲିସ କହିଛି । ଯୁବକ ଜଣକ ଏଯାଇ ଏହି ଅନୁଷ୍ଠାନର କାଗଜପତ୍ର ଅଣିନଥିବା ଜଣାପଡ଼ିଛି । ଏ ନେଇ ବ୍ରଜରାଜନଗର ଏସଡ଼ିପିଓ ରାମପ୍ରସାଦ ସାହୁଙ୍କୁ କହିବାଅନୁସାରେ ଆମେ ସେ ଗାଡ଼ିକୁ ଜବତ କରି ରଖିଛୁ ଓ ତଦନ୍ତ ଆରମ୍ଭ କରିଛୁ।। ଯଦି ଏଥିରେ ଅନୀୟମିତତା ମିଳିବ ତେବେ ନିଶ୍ଚର୍ୟ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡ଼ିପିଓ କହିଛନ୍ତି ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories