ମାରାତ୍ମକ ଲଟାମରା ପାରାକୁଏଟକୁ ନିଷେଦ୍ଧ ଘୋଷଣା କଲେ ରାଜ୍ୟ ସରକାର
ଲଢ଼େଇ ସାର୍ଥକ ହେଲା ଡ଼ାକ୍ତର ରାମଚନ୍ଦାନି
ବୁର୍ଲା : ବୁର୍ଲା ଭିମସାରର ସହକାରୀ ପ୍ରଫେସର ଡ଼ାକ୍ତର ଶଙ୍କର ରାମଚନ୍ଦାନି ଦ୍ୱାରା ଆରମ୍ଭ ହୋଇଥିବା ମାରାତ୍ମକ ଲଟାମରା ପାରାକୁଏଟ ନିଷେଦ୍ଧ ଅଭିଯାନକୁ ଶେଷରେ ସଫଳତା ମିଳିଛି। ଗତ ୨୦୧୯ ମସିହାରେ ଭିମସାରର ଡ଼ାକ୍ତର ଶଙ୍କର ରାମଚନ୍ଦାନିଙ୍କ ନେତୃତ୍ୱରେ କିଛି ଡ଼ାକ୍ତର ରାଜ୍ୟ ସରକାରଙ୍କୁ ପାରାକୁଏଟକୁ ନିଷେଧ କରିବା ପାଇଁ ଲିଖିତ ଭାବରେ ଜଣାଇଥିଲେ। ଭିମସାରର ୪ ଜଣ ଡ଼ାକ୍ତର ଡ଼ାକ୍ତର ଶଙ୍କର ରାମଚନ୍ଦାନି, ଡ଼ ବିତ୍ତନ ମହାନ୍ତି, ଡ଼ାକ୍ତର ରାଜେଶ ମେହେର ଏବଂ ଡ଼ାକ୍ତର ମୁଗେନ୍ଦ୍ର ପାରାକୁଏଟକୁ ବ୍ୟାନ କରିବା ପାଇଁ ଦାବି କରିଥିଲେ । ୨୦୨୨ ନଭେମ୍ବର ୧୭ ତାରିଖରେ ୟୁଏନଓ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ହସପିଟାଲ ଅଧିକ୍ଷକ ମଧ୍ୟ ମଧ୍ୟ ପତ୍ର ଲେଖିଥିଲେ। ଭିମସାରର ମେଡ଼ିସିନ ବିଭାଗର ବରିଷ୍ଠ ପ୍ରଫେସର ପ୍ରଦୀପ କୁମାର ମହାନ୍ତି ଏବଂ ପ୍ରଫେସର ମାଲତି ମୁର୍ମୁ ମଧ୍ୟ ଏହାକୁ ନେଇ ସରକାରଙ୍କୁ ପତ୍ର ଲେଖିଥିଲେ।
ସୁଚନା ଥାଉକି ଗତ ୧୩ ତାରିଖ ଦିନ ଭିମସାରର ୫ ଜଣ ଡାକ୍ତର ସନିୟର ରେସିଡ଼େଣ୍ଟ ଡ଼ାକ୍ତର ଶଙ୍କର ରାମଚନ୍ଦାନିଙ୍କ ନେତୃତ୍ୱରେ ପାଞ୍ଚଜଣିଆଁ ଡ଼ାକ୍ତର ପାରାକୁଏଟ ବିକ୍ରି ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିବା ଦାବି ନେଇ ୨୪ ଘଣ୍ଟିଆ ଅନଶନ ମଧ୍ୟ କରିଥିବା ଦୃଷ୍ଟାନ୍ତ ମଧ୍ୟ ରହିଛି । ପାରାକୁଏଟ ଏକ ହାନିକାରକ ଏବଂ ମଣିଷଙ୍କ ପକ୍ଷେ ଅତ୍ୟନ୍ତ ବିପଜ୍ଜନକ ତୃଣନାଶକ । ଏହା ଦ୍ବାରା ଲୋକେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ପୃଥିବୀର ୩୮ଟି ଦେଶ ସହିତ କେରଳ ଓ ତାମିଲନାଡ଼ୁ ରାଜ୍ୟ ସରକାର ପାରାକୁଏଟକୁ ନିଷେଦ୍ଧ ଘୋଷଣା କରିସାରିଛନ୍ତି। ଏହି ଲଟାମରା ପ୍ରଭାବରେ ପର୍ଯ୍ୟାୟକ୍ରମେ କିଡ଼ନୀ ଏବଂ ଯକୃତ ଭଳି ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ଅକାମୀ ହୋଇଯାଇଥାଏ। ଏହାର ଉପଚାର ତଥା ନିଦାନ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ଔଷଧ ଉଦ୍ଭାବନ ହୋଇ ପାରି ନାହିଁ। ଏଣୁ ଏହାର ପ୍ରଭାବରେ ଜୀବନ ରହିବା ଆଶା କ୍ଷୀଣ ରହିଥାଏ। ପୂର୍ବରୁ ଡାକ୍ତରମାନେ ପାରାକୁଏଟକୁ ବନ୍ଦ କରିବା ପାଇଁ ଦସ୍ତଖତ ଅଭିଯାନ କରିଥିବା ବେଳେ ଏହା ବାବଦରେ କଟକଣା ଜାରି କରିବା ପାଇଁ ବରିଷ୍ଠ ଡାକ୍ତରମାନେ ରାଜ୍ୟ ସରକାରଙ୍କୁ ପତ୍ର ମଧ୍ୟ ଲେଖିଥିଲେ । ଏପରିକି ଭିମସାର ହସପିଟାଲର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା ମଧ୍ୟ ଏହାକୁ ନିଷିଦ୍ଧ କରିବା ପାଇଁ ରାଜ୍ୟସରକାରଙ୍କୁ ପତ୍ର ମଧ୍ୟମରେ ଅନୁରୋଧ କରିଥିଲେ।
ଭିମସାରରେ ଗତ ୨୦୧୭ ମସିହାରୁ ୨୦୧୯ ମସିହା ଯାଏ ଦୁଇବର୍ଷ ମଧ୍ୟରେ କେତେ ମାତ୍ରାରେ ରୋଗୀ ଭର୍ତ୍ତି ହେବା ଏବଂ ମୃତ୍ୟୁ ହେବା ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ରିପୋର୍ଟ ତଲବ କରାଯାଇ ଥିଲା । ଫଳରେ ଏହାକୁ ନେଇ ଭିମସାର ହସପିଟାଲର ମେଡ଼ିସିନ ବିଭାଗକୁ ହସପିଟାଲ ଅଧିକ୍ଷକଙ୍କ ତରଫରୁ ରିପୋର୍ଟ ତଲବ କରାଯାଇଥିଲା। ଏହି ପରିପେକ୍ଷିରେ ଗତ ୨୦୧୭ରୁ ୨୦୧୯ ଦୁଇବର୍ଷ ମଧ୍ୟରେ ସମୁଦାୟ ୧୪୯ ଜଣ ପାରାକୁଏଟ ସେବନରେ ଚିକିତ୍ସା ପାଇଁ ଭିମସାରକୁ ଆସିଥିବା ଜଣାପଡ଼ିଛି। ଗତ ୨୦୧୭ ସେପ୍ଟେମ୍ବରରୁ ଡ଼ିସେମ୍ବର ମଧ୍ୟରେ ୩୧ ଜଣ, ୨୦୧୮ ଜାନୁଆରୀରୁ ଡ଼ିସେମ୍ବର ମଧ୍ୟରେ ୬୪, ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୫୩ ଜଣ ପାରାକୁଏଟ ସେବନ କରି ବୁର୍ଲା ମେଡ଼ିକାଲକୁ ଆସିଥିଲେ । ସେଥିମଧ୍ୟରୁ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ଆଠଜଣ ମେଡ଼ିକାଲର ବିନା ଅନୁମତିରେ ଅନ୍ୟତ୍ର ଚାଲି ଯାଇଥିବା ଏବଂ ମାତ୍ର ଜଣେ ହିଁ ରୋଗୀ ବଞ୍ଚିଥିବା ଦର୍ଶାଯାଇଛି । ଫଳରେ ଏହି ରାସାୟନିକ ଲଟାମରା ପାରାକୁଏଟ ପ୍ରଭାବରେ ପ୍ରାୟତଃ ୯୯ ପ୍ରତିଶତ ରୋଗୀ ମୃତ୍ୟୁବରଣ କରିଛନ୍ତି। ସେପଟେ ପୁଣି ଆର୍ନ୍ତଜାତୀୟ ସ୍ତରରେ ପାନ ଏସିଆ ପେସିଫିକ ତରଫରୁ ଭିମସାର ଡ଼ାକ୍ତରଙ୍କ ପାରାକୁଏଟ ନିଷିଦ୍ଧ କରାଯିବା ଦାବୀକୁ ଉଚ୍ଚପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଥିଲା। ବୁର୍ଲା ଅଶୋକ ନିବାସ ଠାରେ ତତ୍କାଳିନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଭିମସାରରେ ସମୀକ୍ଷା ବୈଠକରେ ଆସି ପାରାକୁଏଟ ନିଷିଦ୍ଧ କରାଯିବା ପ୍ରଶ୍ନ ଉପରେ ଏହି ସମ୍ବେଦନଶୀଳ ବିଷୟକୁ ଗୁରୁତର ସହିତ ନିଆ ଯାଉଥିବା ସୁଚନା ଦେଇଥିଲେ। ତେବେ ରାଜ୍ୟ ସରକାରଙ୍କ ତରଫରୁ ଏହି ବୈଷିଳ ପାରାକୁଏଟକୁ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ବ୍ୟାନ କରାଯିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମାକୁ ନେଇ ରାଜ୍ୟ ସରକାରଙ୍କୁ ଭିମସାରର ବରିଷ୍ଠ ଆବାସିକ ଡ଼ାକ୍ତର ରାମଚନ୍ଦାନି କୃତଜ୍ଞତା ଜ୍ଞାପନ କରିଛନ୍ତି।
Comments are closed.