www.samajalive.in
Sunday, December 14, 2025
26.1 C
Bhubaneswar

ଗଞ୍ଜାମରେ ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଥିବା ରେଳ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜରର୍ଦୋଶଙ୍କୁ ଗଞ୍ଜାମ ସହର ଭବ୍ୟ ସମର୍ଦ୍ଧନା ଦିଆଯାଇଛି। କଲେଜ ଛକ ଠାରୁ ଦଳୀୟ କର୍ମୀ ମନେ ଏକ ଶୋଭାଯାତ୍ରା ରେ ଏ ଆଣିଥିଲେ। ବଡ଼ ବଜାର ଠାରେ ଭାଜପା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗଞ୍ଜାମରେ ମନ୍ତ୍ରୀ ପହଞ୍ଚିବା ପରେ ଦଳୀୟ ନେତୃବୃନ୍ଦଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ପରେ  ନିକଟସ୍ଥ ଗଣେଶ ବାରିକ ଚା’ ଦୋକାନକୁ ଯାଇ ମନ୍ତ୍ରୀ ଚା’ ପିଇଥିଲେ। ଯାହାକୁ ନେଇ ଦଳୀୟ ନେତା କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ପରେ ସ୍ୱାମୀ ବିବେକାନନ୍ଦ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରିଥିଲେ।

- Advertisement -

ସମ୍ବର୍ଦ୍ଧନା ବେଳେ ଭାଜପା ଜିଲ୍ଲା ସଭାପତି ବିଭୁତି ଜେନା,  ପ୍ରଶାନ୍ତ କର, ଛତ୍ରପୁର ଏନଏସି ଅଧକ୍ଷ ଶର୍ମିଷ୍ଠା ପ୍ରଧାନ,, ସରୋଜ ସାବତ, ସାରଦା ଶତପଥୀ, ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ ନାୟକ,ପୂର୍ବତନ ଜିଲ୍ଲା ପରିଷଦସଭ୍ୟ  କୀର୍ତନ ଦାସ, ପୂର୍ବତନ ନଗର ସଭାପତି କାନ୍ତlରୁ ଦଳାଇ,  କୃଷ୍ଣ ଚନ୍ଦ୍ର ନାୟକ,ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁବାଷ ଚନ୍ଦ୍ର ସାହୁ,  ଡିକେ ରାଓ, ପୂର୍ବତନ କାଉନସିଲର, ଦୁର୍ଗା ମାଧବ ପାଣିଗ୍ରାହୀ,ରଞ୍ଜନ ବେହେରା, ବଣିକ ସଙ୍ଘ ସମ୍ପାଦକ କାଁହୁ ଚରଣ ପଣ୍ଡା, ଭାଜପା ନଗର ସଭାପତି ଗୁରୁଚରଣ ରାଉଳ, ଜୟ ଗୌଡ଼,  ନିରାକାର ଜେନା, ମନରଞ୍ଜନ ସାହୁଙ୍କ ସମେତ ଅନ୍ୟାନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଝରେଡ଼ି ରାଧା ଗୋବିନ୍ଦପୁର ପଂଚାୟତ ଶିପକୁଦା ଗ୍ରାମରେ ପହଂଚି କାରଗିଲ ସହିଦ ପରମ ବୀର ଅଶୋକ କୁମାର ନାୟକଙ୍କ ସମ୍ମାନରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories