www.samajalive.in
Sunday, December 14, 2025
23.1 C
Bhubaneswar

ବନବାସୀ ଚେତନାମଣ୍ଡଳ ପକ୍ଷରୁ ନିଶା ନିବାରଣ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼ : ବନବାସୀ ଚେତନାମଣ୍ଡଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଗୋନାସିକାସ୍ଥିତ ବ୍ରହ୍ମକୁଣ୍ଡରେ ତିଳତର୍ପଣ କରାଯାଇ ନିଶା ନିବାରଣ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ବନବାସୀ ଚେନତାମଣ୍ଡଳ ସାଧାରଣ ସମ୍ପାଦକ ବୀରବର ନାଏକଙ୍କ ଆହ୍ୱାନକ୍ରମେ ସ୍ଥାନୀୟ ଅଞ୍ଚଳର ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ମାନଙ୍କ ମଧ୍ୟରେ ଥିବା ନିଶାସେବନ ଭଳି କୁଅଭ୍ୟାସ କିଭଳି ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ସେ ନେଇ ଚେତନାମଣ୍ଡଳ ସମ୍ପାଦକ ଶ୍ରୀ ନାଏକ ଶପଥପାଠ କରାଇବା ଅବସରରେ ଗାନ୍ଧିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ନିଶା ନିବାରଣ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ସମିତି ସଭ୍ୟ କୃଷ୍ଣ ଜୁଆଙ୍ଗ, ସୁବାସ ନାଏକ, ଡମ୍ବରୁଧର ନାଏକ, ଶ୍ରୀପତି ନାଏକ, ଅଭିମନ୍ୟୁ ନାଏକ, ଭରତ ନାଏକ, ଗୋବର୍ଦ୍ଧନ ନାଏକ, ଗୁରା ମୁଣ୍ଡା, ଗଜେନ୍ଦ୍ର ମୁଣ୍ଡା, ଶୁକ୍ରା ଜୁଆଙ୍ଗ ପ୍ରମୁଖ ଯୋଗଦେଇ ସ୍ଥାନୀୟ ଅଞ୍ଚଳରେ କିଭଳି ନିଶା ନିବାରଣ ଅଭିଯାନକୁ ବ୍ୟାପକ କରାଯାଇ ଆଦିମ ଜନଜାତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ପାରମ୍ପରିକ ଜୁଆଙ୍ଗ ପୀଢ଼ ମହାସଭା କେନ୍ଦୁଝରର ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories