www.samajalive.in
Tuesday, December 9, 2025
23.1 C
Bhubaneswar

ଅଧିନାୟକଙ୍କ ଭାଗ୍ୟ ପରୀକ୍ଷା

୧-ରୋହିତ ଶର୍ମା ; ଭାରତରେ କ୍ରିକେଟ ଶ୍ରେଷ୍ଠ ଲୋକପ୍ରିୟ କ୍ରୀଡ଼ାର ମାନ୍ୟତା ପାଇଥିବାବେଳେ କ୍ରିକେଟରମାନଙ୍କୁ ଭଗବାନର ଆଖ୍ୟା ଦେବାକୁ ପ୍ରଶଂସକମାନେ ପଛାଇ ନଥାନ୍ତି। ଏଭଳି ଲୋକପ୍ରିୟତା ମଧ୍ୟରେ ଭାରତରେ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପର ୧୩ତମ ସଂସ୍କରଣ ଆୟୋଜିତ ହେଉଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଭାରତୀୟ ଦଳ ବିଶ୍ବକପ ଜିତୁ ବୋଲି କୋଟିକୋଟି ଭାରତୀୟ ଆଶା ରଖିଛନ୍ତି। ରୋହିତ ଓ ବିରାଟ କୋହଲିଙ୍କ ପାଇଁ ଉକ୍ତ ବିଶ୍ବକପ ଗୁରୁତ୍ବପୂର୍ଣ୍ଣ।
୨-ପ୍ୟାଟ୍‌ କମିନ୍‌ସ ; ସର୍ବାଧିକ ୫ଥର ବିଜେତା ଅଷ୍ଟ୍ରେଲିଆ ୬ଷ୍ଠ ଥର ଟ୍ରଫି ଜିତିବା ନେଇ ଆଶା ରଖିଛି। ଷ୍ଟିଭ୍‌ ସ୍ମିଥ୍‌, ଡେଭିଡ୍‌ ୱାର୍ଣ୍ଣର, ମିଚେଲ ମାର୍ଶ, ମିଚେଲ ଷ୍ଟାର୍କ ଓ ଗ୍ଳେନ ମ୍ୟାକ୍ସୱେଲଙ୍କୁ ନେଇ ଗଠିତ ଦଳ ପାଇଁ ଉକ୍ତ ବିଶ୍ବକପ ଏକ ଆହ୍ବାନ ହୋଇଛି।
୩-କେନ୍‌ ୱିଲିୟମସନ ; ୨୦୧୫ ଓ ୨୦୧୯ରେ ଫାଇନାଲ ଖେଳିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ପାଇଁ ବିଶ୍ବକପ ଟ୍ରଫି ଜିତିବା ଏବେ ବି ଅଧୁରା ରହିଛି। ୨୦୨୩ ବିଶ୍ବକପରେ ୱିଲିୟମସନ ଉକ୍ତ ଆଶାକୁ ପୂରଣ କରିବାରେ କେତେଦୂର ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି।
୪-ତାମ୍ବେ ବଭୁମା : ୧୯୯୨ ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ ବିଶ୍ବକପରେ ପଦାର୍ପଣ କରିଥିଲା। ଏହା ପରଠାରୁ ଦଳ ସମସ୍ତ ବିଶ୍ବକପରେ‌ ଅଂଶଗ୍ରହଣ କରିଛି। ୧୯୯୨, ୧୯୯୯, ୨୦୧୫ ବିଶ୍ବକପରେ ଦଳ ସେମିଫାଇନାଲରେ ପହଞ୍ଚି ମଧ୍ୟ ପରାଜିତ ହୋଇଥିଲା। ୨୦୨୩ ବିଶ୍ବକପ ଦଳ ନୂଆ ଆଶା ରଖି ଖେଳିବ।
୫- ଜୋଶ ବଟ୍‌ଲର ; ୨୦୧୯ ଚମ୍ପିଆନ ଇଂଲଣ୍ଡ ପାଇଁ ୨୦୨୩ ବିଶ୍ବକପ ଆଉ ଏକ ଆହ୍ବାନ ହୋଇଛି। ଦଳ ବିଶ୍ବକପ ଟ୍ରଫି ବଜାୟ ରଖିବା ନେଇ ମଧ୍ୟ ଦାବିଦାର ରହିଛି। ଦଳ ନିକଟରେ ଏକାଧିକ ବିଶ୍ବସ୍ତରୀୟ କ୍ରିକେଟର ରହିଥିବାରୁ ବଟ୍‌ଲର ସେନା ଦ୍ବିତୀୟ ଥର ବିଶ୍ବକପ ଜିତିବାକୁ ଆଶାବାଦୀ ରହିଛି।
୬-ଦାସୁନ ସନକା ; ୧୯୯୬ ବିଶ୍ବକପ ବିଜେତା ଶ୍ରୀଲଙ୍କା ପାଇଁ ୨୦୨୩ ବିଶ୍ବକପ ଟ୍ରଫି ଜିତିବା ଏତେ ସହଜ ମନେ କରାଯାଉନାହିଁ। ତଥାପି କ୍ରିକେଟରେ କିଛି ବି କହିବା ଅସମ୍ଭବ। ଦାସୁନ ସନକାଙ୍କ ଲଙ୍କା ସେନା ବିଶ୍ବକପରେ କିଛି ଚମତ୍କାରିତା ଦେଖାଇବାର ଲକ୍ଷ୍ୟ ରଖିଛି।
୭- ବାବର ଆଜାମ ; ୧୯୯୨ ବିଶ୍ବକପ ବିଜେତା ପାକିିସ୍ତାନ ଭାରତରେ ୨୦୨୩ ବିଶ୍ବକପ ଜିତିବା ନେଇ ବେଶ ଆଶାବାଦୀ ରହିଛି। ଦ୍ରୁତ ବୋଲିଂକୁ ନେଇ ଶକ୍ତିଶାଳୀ ପାକିସ୍ତାନ ବିଶ୍ବକପର ଅନ୍ୟତମ ଦାବିଦାର ରହିଛି ​‌ା ବାବର ଦେଶ ପାଇଁ ଦ୍ବିତୀୟ ବିଶ୍ବକପ ଜିତିବା ନେଇ ମଧ୍ୟ ଆଶା ରଖିଛନ୍ତି।
୮-ସାକିବ୍‌ ଅଲ୍‌ ହାସନ : ବାଂଲାଦେଶ ବିଶ୍ବକପରେ ଏପର୍ଯ୍ୟନ୍ତ ସେଭଳି ପ୍ରଦର୍ଶନ କରିପାରିନାହିଁ। ଦଳ ୨୦୨୩ ବିଶ୍ବକପରେ କିଛି ଚମକ ଦେଖାଇବାର ଲକ୍ଷ୍ୟ ରଖିଛି।
୯-ହାସମାତୁଲ୍ଲା ସାହିଦ୍‌ : ଆଫଗାନିିସ୍ତାନ ବିଶ୍ବ କ୍ରିକେଟର ଛୋଟ ଦଳ ଭାବେ ବିଶ୍ବକପ ଖେଳିବାକୁ ଯାଉଛି। କିନ୍ତୁ ଦଳ ନିକଟରେ ବଡ ବିପର୍ଯ୍ୟୟ ଘଟାଇବାର କ୍ଷମତା ରହିଛି। ରସିଦ ଖାନଙ୍କ ଭଳି ବିଶ୍ବସ୍ତରୀୟ ସ୍ପିନର ଦଳ ନିକଟରେ ରହିଛି।
୧୦- ସ୍କଟ ଇଡୱାର୍ଡସ : ନେଦରଲାଣ୍ଡ୍‌ସ ପଞ୍ଚମ ଥର ଲାଗି ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଖେଳିବାକୁ ଯାଉଛି। ସ୍କଟ୍‌ ଇଡୱାର୍ଡସଙ୍କ ନେତୃତ୍ବାଧିନ ନେଦରଲାଣ୍ଡ୍‌ସ ପାଇଁ ଉକ୍ତ ବିଶ୍ବକପ ଆହ୍ବାନ ହୋଇଛି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories