କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ ଓଡ଼ିଶା ମିଲେଟ୍ ପ୍ରତିଯୋଗିତା ସ୍ଥାନୀୟ ରେଲୱେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ୮ ଟି ପ୍ରାଥମିକ ସ୍କୁଲ, ୩ ଟି ଉଚ୍ଚ ପ୍ରାଥମିକ ସ୍କୁଲ, ୨ ଟି ଉଚ୍ଚ ବିଦ୍ୟାଳୟ, ୨ ଟି ଉଚ୍ଚ ମାଧ୍ୟମିକ କଲେଜର ୧୫୦ ଜଣ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ନିଜ ନିଜ ଦକ୍ଷତା ପଦର୍ଶନ କରିଥିଲେ। ଓଡ଼ିଶା ସରକାରଙ୍କ ମିଲେଟ ମିଶନକୁ ପ୍ରଚାର ପ୍ରସାର ପାଇଁ ମିଲେଟ ବିଷୟକୁ ନେଇ ମଧ୍ୟ ପ୍ରତିଯୋଗୀତା ଗୁଡ଼ିକ କରାଯାଇଥିଲା। ଦିବ୍ୟାଙ୍ଗ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ମଧ୍ୟ ସ୍ଵତନ୍ତ୍ର ପ୍ରତିଯୋଗୀତା କରାଯାଇଥିଲା। ଅବସର ପ୍ରାପ୍ତ ଶିକ୍ଷକ ବୃନ୍ଦାବନ ନାଗ, ସଙ୍ଗୀତଜ୍ଞ ଗଣପତି ବେହେରା ସହିତ ସହରର ବିଭିନ୍ନ ବିଦ୍ୟାଳୟ, କଲେଜର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ପ୍ରତିଯୋଗୀତାର ବିଚାରକ ଭାବେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ନଗରପାଳ ବରୀୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି, ଉପ ନଗର ପାଳ ମନୋରମ ରାଉତ୍ ସମ୍ମାନିତ ଅତିଥି, ରେଲୱେ ସ୍କୁଲ୍ ପ୍ରଧାନ ଶିକ୍ଷୟତ୍ରୀ ସବିତା ପାଣିଗ୍ରାହୀ ମୁଖ୍ୟ ବକ୍ତା ରୁପେ ଯୋଗ ଦେଇଥିଲେ। ସିଆରସିସି ଦିନେଶ ମହାନନ୍ଦ ଓ ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ ମଞ୍ଚ ପରିଚାଳନା କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା। ଏହି ଶିଶୁ ମହୋତ୍ସବରେ ସହରର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।
Comments are closed.