www.samajalive.in
Saturday, December 6, 2025
15.1 C
Bhubaneswar

ମହାରାଷ୍ଟ୍ରର ଡାକ୍ତରଖାନାରେ ଦିନକରେ ୧୨ ନବଜାତକଙ୍କ ସହ ୨୪ ମୃତ

ମୁମ୍ବଇ : ମହାରାଷ୍ଟ୍ର ନାନ୍ଦେଡ ଜିଲାର ସଙ୍କରରାଓ ଚୌହାନ ସରକାରୀ ଡାକ୍ତରଖାନାରେ ୨୪ ଘଣ୍ଟା ମଧ୍ୟରେ ୧୨ଜଣ ନବଜାତକଙ୍କ ସହିତ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ଔଷଧ ଅଭାବରୁ ଏହି ରୋଗୀ ମୃତ୍ୟୁ ଘଟିଛି। ଡାକ୍ତରଖାନାର ଡିନ କହିଛନ୍ତି ଯେ ୧୨ଜଣ ନବଜାତକଙ୍କ ମଧ୍ୟରୁ ୬ଜଣ ପୁଅ ଓ ୬ଜଣ ଝିଅ। ସେହିପରି ପ୍ରାଣ ହରାଇଥିବା ଅନ୍ୟ ୧୨ଜଣ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ଏଥିରୁ କେତେକ ସାପ କାମୁଡା ଜନିତ ଅସୁସ୍ଥ ଥିଲେ। ଏହି ଡାକ୍ତରଖାନାଟି ଏକ ରେଫରାଲ ହସ୍ପିଟାଲ ହୋଇଥିବାରୁ ୭୦ରୁ ୮୦ କିମି ଦୂର ଅଞ୍ଚଳରୁ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ଅନେକ ସମୟରେ ଏହାର ଧାର୍ଯ୍ୟ ସୀମା ଅତିକ୍ରମ କରିଥାଏ। ରୋଗୀସଂଖ୍ୟା ଅଧିକ ହୋଇଯାଉଥିବାରୁ ସେମାନଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଔଷଧର ଅଭାବ ଦେଖାଯାଇଥାଏ।
ଡାକ୍ତରଖାନାରେ ରୋଗୀ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଏନସିପି ସରକାରଙ୍କୁ ସମାଲୋଚନା କରିଛି। ଏନସିପି ମୁଖପାତ୍ର ବିକାଶ ଲୱଣ୍ଡେ କହିଛନ୍ତି ଯେ ସରକାର ନିଜର ବିଜ୍ଞାପନ ବାବଦରେ ଅର୍ଥ ବ୍ୟୟ କରୁଥିବାବେଳେ ସରକାରୀ ଡାକ୍ତରଖାନାକୁ ଔଷଧ ଯୋଗାଇ ପାରୁ ନାହାନ୍ତି। ସେହିପରି ଶିବସେନା (ୟୁବିଟି) ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଏହା ରୋଗୀଙ୍କ ମୃତ୍ୟୁ ନୁହେଁ ବରଂ ରୋଗୀମାନଙ୍କୁ ହତ୍ୟା କରାଯାଇଛି। ଅଗଣତାନ୍ତ୍ରିକ ଉପାୟରେ ଗଠିତ ରାଜ୍ୟ ସରକାରଙ୍କ ଅବହେଳାରୁ ଏହି ରୋଗୀ ମୃତ୍ୟୁ ହୋଇଛି।

ଅନ୍ୟ ପକ୍ଷରେ ମହାରାଷ୍ଟ୍ର ସରକାର ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories