www.samajalive.in
Friday, December 5, 2025
27.1 C
Bhubaneswar

ଏକଦିବସୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ…୩-୨ରେ ସମ୍ବଲପୁର ଚାମ୍ପିଅନ

ରେଙ୍ଗାଲିକ୍ୟାମ୍ପ : ବରଗଡ ଜିଲ୍ଲା ଅତାବିରା ବ୍ଲକ ପାଲି ବୁଗୁବୁଗ। ପଞ୍ଚାୟତ ଫୁଟବଲ୍ ଖେଳ ପଡିଆ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ୩୫ତମ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗାନ୍ଧୀ ଯୁବକ ସଂଘର ସଭାପତି ପ୍ରଦୀପ ଭୁଏ ଓ ସମ୍ପାଦକ ଶେଷଦେବ ବେହେରାଙ୍କ ଅଧ୍ୟକ୍ଷତା କ୍ରମେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ୟ୍ୟାୟରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିବା ବେଳେ ବିଧାୟିକା ପ୍ରତିନିଧି ଗଣେଶ ସାହୁ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ପ୍ରଥମେ ମହାତ୍ମା ଗାନ୍ଧୀ ଓ ସମାଜସେବୀ ସ୍ବର୍ଗତ ବିପିନ ପ୍ରଧାନଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ ସହ ଶ୍ରଦ୍ଧା ସୁମନ ଅର୍ପଣ କରିବାପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏହାପରେ ନିମନ୍ତ୍ରିତ ଅତିଥିମାନଙ୍କୁ ବାଜା ସହ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା । ଶୋଭାଯାତ୍ରାଟି ପୁନଶ୍ଚ ଖେଳ ପଡିଆଠାରେ ପହଞ୍ଚିବା ପରେ ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିବା ରାମ କ୍ଳବ୍ ଝାରସୁଗୁଡ଼ା,ଏଫ୍ ସି ହୀରାକୁଦ, ରୟାଲ ଷ୍ଟାର ଲୁଇସରା, ମୁଣ୍ଡା ଏଫ୍ ସି ସମ୍ବଲପୁର, ସରଳାକାନି ସମ୍ବଲପୁର, ବି ବି ୱାଇ ଏସ ଲରମ୍ଭା,ମୌସମ ୱାରୀୟର୍ସ ବଲାଙ୍ଗୀର ଓ ଥ୍ରି ବି କ୍ଳବ୍ ଇଲେକ୍ସନ ଷ୍ଟାର ଆଦି ଆଠଟି ଦଳଙ୍କ ଉପସ୍ଥିତିରେ କ୍ଲବ୍ ର ଦିବଂଗତ ଆତ୍ମା ମାନଙ୍କ ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ମଞ୍ଚ।ସିନ ଅତିଥି ମାନେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଆଦର୍ଶ ନୀତି ତଥା ସ୍ବର୍ଗତ ବିପିନ ପ୍ରଧାନଙ୍କ ସମାଜସେବା ଓ ଆଦର୍ଶ ଜୀବନୀ ଉପରେ ସ୍ମୃତିଚାରଣ କରିଥିଲେ । ଏହାପରେ ଖେଳ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ତଥା ଶେଷ ପର୍ୟ୍ୟାୟରେ ଅତାବିରା ସମାଜ ସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଶେଷଦେବ ଛନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଣ୍ଡା ଏଫ୍ ସି ସମ୍ବଲପୁର ଓ ବି ବି ୱାରୀୟର୍ ଲରମ୍ଭା ମଧ୍ୟରେ ଚିତ୍ତାକର୍ଷକ ଫାଇନାଲ ଖେଳ ହୋଇଥିଲା ।  ଦୀର୍ଘ ୩୫ବର୍ଷ ଧରି ଏହି ଟୁର୍ଣ୍ଣାମେଣ୍ଟ ହୋଇ ଆସୁଥିବା ବେଳେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଜୟୀ ଦଳ ତଥା ରନର୍ଷ ଦଳଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ ପାଇଁ ସମସ୍ତ ଅର୍ଥ ରାଶି ସ୍ବର୍ଗତ ବିପିନ ପ୍ରଧାନଙ୍କ ପରେ ତାଙ୍କରି ସ୍ମୃତିରେ ତାଙ୍କ ସୁଯୋଗ୍ୟ ପୁତ୍ର କୃଷ୍ଣ ଚନ୍ଦ୍ର ପ୍ରଧାନ ପ୍ରଦାନ କରି ଆସୁଛନ୍ତି ।
ସାନ୍ତା ରଣବିଡା,ଶ୍ରୀନିବାସ ରାଓ,ଦିପେଶ ପ୍ରଧାନ ଓ ନନ୍ଦୁ ନାଏକ , ବଣ୍ଟି ପ୍ରଧାନ,ଓ ଅନିଲ ପିଙ୍କ ଖେଳ ପରିଚାଳନା କରିଥିଲେ ।ଏହି କାର୍ୟ୍ୟକ୍ରମରେ ସୂର୍ୟ୍ୟକାନ୍ତ ବେହେରା ,ଯୁଗଳ କିଶୋର ସାହୁ,ସୁଜିତ୍ ନାଏକ, ସମୀର ସେଠ୍, ଉମେଶ ବେହେରା, ରଞ୍ଜନ ମରପାଚି ,ତେଜରାଜ୍ ,ରବୀନ୍ଦ୍ର,ସୁନିଲ ସେଠ୍ ଙ୍କ ସମେତ କ୍ଳବ୍ ର ସମସ୍ତ କର୍ମକର୍ତ୍ତା ଓ ଗ୍ରାମବାସୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।୨୪ ଟି ପଞ୍ଚାୟତର ହଜାର ହଜାର ଦର୍ଶକ ଏହି ଖେଳକୁ ଉପଭୋଗ କରିଥିଲେ ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories