ଦୁଇ ଦ୍ରୁତଗାମୀ ଟ୍ରେନ ପୁନଃ ରହଣି ଦାବୀ ନେଇ ଗଞ୍ଜାମ ରେଳ ଷ୍ଟେସନରେ ପ୍ରତୀକ ଧାରଣା
ଗଞ୍ଜାମ : ଗଞ୍ଜାମ ରେଳ ଷ୍ଟେସନରେ ଗତ କୋଭିଡ ସମୟରୁ ରହଣି ବନ୍ଦ ରହିଥିବା ଦୁଇଟି ଦ୍ରୁତ ଗାମୀ ଟ୍ରେନ ପୁନଃ ରହଣି ଦାବୀ ନେଇ ଗଞ୍ଜାମ ରେଳ ଷ୍ଟେସନରେ ସୋମବାର ଦିନ ଜନସାଧାରଣଙ୍କ ପକ୍ଷରୁ ଧାରଣା ଆରମ୍ଭ ହୋଇଛି। ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ଡାକରାରେ ବହୁ ମହିଳା ଓ ପୁରୁଷ ଏହି ଧାରଣା ରେ ସାମିଲ ହୋଇଥିଲେ। ପରିଷଦ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଦୁର୍ଗା ଦେବୀ ସାହି, ମଧ୍ୟ ଖଣ୍ଡ ସାହି, ସାମନ୍ତରା ସାହି, ପରିକ୍ରମା କରି ଷ୍ଟେସନରେ ପହଂଚି ଥିଲେ। ସେଠାରେ ଯୋଗ ଦେଇଥିବା ନେତୃବୃନ୍ଦ ମାନେ ରେଳ ବିଭାଗର ଏହି ଭଳି ଆଭିମୁଖ୍ୟଙ୍କୁ ଘୋର ନିନ୍ଦା କରିଥିଲେ। ଟ୍ରେନ ଦୁଇଟି ନ ରହିବା ପ୍ରଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଥିଲେ। ଏହି ଧାରଣାରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ଯୋଗ ଦେଇ ଲୋକମାନଙ୍କ ଦାବୀକୁ ସମର୍ଥନ କରିଥିଲେ। ସେହିପରି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ରେଳ ବିଭାଗର ଉପସ୍ଥିତ ଥିବା ଡିସିଏମ ଜି. ସି. ନାୟକ ତଥା ଅନ୍ୟାନ ଅଧିକାରୀଙ୍କ ସହିତ ଟ୍ରେନ ରହଣି ନେଇ ଆଲୋଚନା କରିଥିଲେ। ପରେ ରେଳ ବିଭାଗର ଜିଏମଙ୍କ ଉଦେଶ୍ୟରେରେ ଏକ ଦାବୀ ପତ୍ର ଡିସିଏମଙ୍କୁ ପ୍ରଦାନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଗତ କୋଭିଡ ସମୟରେ ପୁରୀ -ତିରୁପତି ଓ ହୀରାଖଣ୍ଡ ଦୁଇ ଦ୍ରୁତଗାମୀ ଟ୍ରେନ ରହଣିକୁ ଗଞ୍ଜାମ ଷ୍ଟେସନରେ ବାତିଲ କରିଦିଆଯାଇଛି। ଫଳରେ ଜନସାଧାରଣ ରେଳରେ ଯାତାୟାତ ପାଇଁ ଘୋର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଯୋଗୁଁ ବିଭିନ୍ନ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇବା ସହ ଏନେଇ ଅନେକ ଥର ରେଳ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଥିଲେ ମଧ୍ୟ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ।
ଫଳରେ ବାଧ୍ୟ ହୋଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଆଜି ଗଞ୍ଜାମ ରେଳ ଷ୍ଟେସନରେ ପ୍ରତୀକ ଧାରଣା ଦିଆଯିବା ନେଇନିଷ୍ପତି ହୋଇଥିଲା। ଏହି ଧାରଣାରେ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ବିନୋଦ ଚନ୍ଦ୍ର ମହାପାତ୍ର, ତ୍ରିନାଥ ପାଣିଗ୍ରାହି, ରବିନ୍ଦ୍ର କୁମାର ପଣ୍ଡା, ଅରକ୍ଷିତ ମହାକୁଡ଼, ବୃନ୍ଦାବନ ପାଣିଗ୍ରାହୀ, ବିଶ୍ୱନାଥ ବେହେରା, ରମେଶ ପଟ୍ଟନାୟକ, ନବ କୃଷ୍ଣ ପଣ୍ଡା, ପ୍ରଭାକର ପାଣିଗ୍ରାହୀ, ବିଜୟ ରାଉଳ ସମେତଏ ନ. ଏ. ସି ଅଧକ୍ଷା ପ୍ରତିଭା ପାଢ଼ୀ, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟାକ୍ଷ ଭାଗ୍ୟ ରେଡି, ବଡ଼ ବଜାର ବଣିକ ସଙ୍ଘ ସଭାପତି ଶଙ୍କର ବାରିକି,ସମ୍ପାଦକ କାଁହୁ ପଣ୍ଡା,ସାନ ବଜାର ବଣିକ ସଙ୍ଘ ସଭାପତି ସୁଧୀର ପାଢ଼ୀ, ସମ୍ପାଦକ ପ୍ରଭାତ ସାହୁ, ବିଜେଡି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପୂର୍ଵତନ ସରପଞ୍ଚ ଦିଲୀପ ଛୋଟରାୟ, ଶ୍ୟାମା ରେଡି,ପ୍ରମୁଖ ସମେତ ଅନ୍ୟାନ ନେତୃବୃନ୍ଦଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଧାରଣାରେ ସହର ଅନ୍ୟ ବିଭିନ୍ନ ସଙ୍ଘଠନ କର୍ମକର୍ତା ଯୋଗ ଦେବାଇ ଥିବା ଜଣାପଡିଛି।
Comments are closed.