www.samajalive.in
Saturday, December 13, 2025
23.1 C
Bhubaneswar

ଏସୀୟ କ୍ରୀଡ଼ା: ଷ୍ଟିପଲଚେଜ୍‌ରେ ପାରୁଲଙ୍କୁ ରୌପ୍ୟ ଓ ପ୍ରୀତିଙ୍କୁ ବ୍ରୋଞ୍ଜ ପଦକ

ହାଙ୍ଗଝୌ: ଏସୀୟ କ୍ରୀଡ଼ା ମହିଳା ଷ୍ଟିପଲଚେଜ୍‌ରେ ଭାରତକୁ ୨ ପଦକ ମିଳିଛି। ଏସୀୟ କ୍ରୀଡ଼ା ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଆଜି ଭାରତକୁ ୨ଟି ପଦକ ମିିଳିଛି। ଏଥିରେ ପାରୁଲ ଚୌଧୁରୀ ରୌପ୍ୟ ପଦକ ଜିତିଥିବା ବେଳେ ପ୍ରୀତି ଜିତିଛନ୍ତି ବ୍ରୋଞ୍ଜ ପଦକ। ପାରୁଲ ଧାର୍ଯ୍ୟ ଦୂରତାକୁ ୯:୨୭.୬୩ ମିନିଟ୍‌ରେ ଅତିକ୍ରମ କରିଥିବା ବେଳେ ପ୍ରୀତିଙ୍କୁ ଲାଗିଥିଲା ୯:୪୩.୩୨ ମିନିଟ୍‌। ଅନ୍ୟପକ୍ଷରେ ବ୍ରୁନେଇର ୱିନଫ୍ରେଡ୍ ମୁଟିଲେ ୟାବି ୯:୧୮.୨୮ ମିନିଟ୍‌ ସମୟ ନେଇ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ଜିତିଥିଲେ।
ଏସୀୟ କ୍ରୀଡ଼ାରେ ଭାରତର ମୋଟ ପଦକ ସଂଖ୍ୟା ୫୮କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୧୩ଟି ସ୍ୱର୍ଣ୍ଣ ପଦକ, ୨୨ଟି ରୌପ୍ୟ ଓ ୨୩ଟି ବ୍ରୋଞ୍ଜ ପଦକ ରହିଛି।

ପାରୁଲ ଓ ପ୍ରୀତିଙ୍କ ପୂର୍ବରୁ ଆଜି ୩୦୦୦ ମିଟର ସ୍ପୀଡ୍ ସ୍କେଟିଂ ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ବ୍ରୋଞ୍ଜ ପଦକ ଜିତିଥିଲେ। ଟେବୁଲ ଟେନିସ୍‌ରେ ଆହିକା ଓ ସୁତୀର୍ଥା ମୁଖାର୍ଜୀ ସେମି ଫାଇନାଲରେ ହାରି ବ୍ରୋଞ୍ଜ ପଦକ ପାଇଥିଲେ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories