www.samajalive.in
Saturday, December 13, 2025
23.1 C
Bhubaneswar

କାନ୍ଥ ଭୁଷୁଡ଼ି ଚାଲିଗଲା ଶିଶୁ କନ୍ୟାର ଜୀବନ

ଲଡୁଗାଁ: ଜୀବନ କ’ଣ ଜାଣିବା ଆଗରୁ ଚାଲିଗଲା ଜୀବନ। ବାପା ମାଆର କୋଳ ଶୂନ୍ୟ କରି ସବୁଦିନ ପାଇଁ ଆରପାରିକୁ ଚାଲିଗଲା ୩ ବର୍ଷର କୁନିଝିଅ କାବ୍ୟା। ଦୁଃଖରେ ଭାଙ୍ଗି ପଡ଼ିଛି ପରିବାର ସମେତ ପୁରା ଗାଁ। କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କାଉଡୋଳା ପଞ୍ଚାୟତ କୁସୁମଖୁଣ୍ଟି ଗାଁର ପୁରନ୍ଦର ଧଙ୍ଗଡା ମାଝୀଙ୍କ ଝିଅ କାବ୍ୟାରାଣୀ ଧଙ୍ଗଡା ମାଝୀ। ବୟସ ମାତ୍ର ୩ ବର୍ଷ। ପୁରନ୍ଦର ସୋମବାର ସକାଳେ ନିଜ ଚାଷ ଜମିକୁ ଯାଇଥିଲେ। ଝିଅ କାବ୍ୟାରାଣୀ ଓ ପତ୍ନୀ ବୈଦେହୀ ଛତ୍ରିଆ ଘରେ ଥିଲେ। ପୁରୁନ୍ଧର ଗାଁରୁ ବିବାହ କରିଥିବାରୁ ନିଜ ଅଜା ଘରକୁ କାବ୍ୟା କେବେ କେବେ ଏକୁଟିଆ ଯିବା ଆସିବା କରିଥାନ୍ତି। ଏକୁଟିଆ ନିଜ ଅଜା ଘରକୁ ଯିବା ସମୟରେ ଯିବ ବାଟରେ ଥିବା ଏକ ପରିତ୍ୟକ୍ତ କ୍ଲବ ଘରର କାନ୍ଥ ଭୁଷୁଡ଼ି ପଡ଼ିବାରୁ ଶିଶୁ କନ୍ୟାଟି ଚାପି ହୋଇ ଗୁରୁତର ହୋଇ ପଡ଼ିଥିଲା। ପରେ ପରିବାର ଲୋକେ ଶିଶୁକୁ ଉଦ୍ଧାର କରି ଏକ ବାଇକ ଯୋଗେ କୋକସରା ଡାକ୍ତରଖାନାକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରିଥିବା ଜଣାପଡିଛି। ପୁରନ୍ଦର ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଢାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories