ମେଡିସିନ୍ ପାଇଁ କାଟାଲିନ କାରିକୋ ଓ ଡ୍ରିଉ ୱିସ୍ମ୍ୟାନଙ୍କୁ ନୋବେଲ୍
ଷ୍ଟକ୍ହୋମ୍: ବର୍ଷ ୨୦୨୩ ପାଇଁ ନୋବେଲ୍ ପୁରସ୍କାର ଘୋଷଣା ସୋମବାରଠାରୁ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଫିଜିଓଲୋଜୀ ତଥା ମେଡିସିନ୍ କ୍ଷେତ୍ରରେ ଏହି ସମ୍ମାନ ପାଇବାକୁ ଥିବା ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ମେଡିସିନ୍ ପାଇଁ କାଟାଲିନ କାରିକୋ ଓ ଡ୍ରିଉ ୱିସ୍ମ୍ୟାନ ପାଇବେ ସମ୍ମାନଜନକ ନୋବେଲ୍ ପୁରସ୍କାର।
BREAKING NEWS
The 2023 #NobelPrize in Physiology or Medicine has been awarded to Katalin Karikó and Drew Weissman for their discoveries concerning nucleoside base modifications that enabled the development of effective mRNA vaccines against COVID-19. pic.twitter.com/Y62uJDlNMj— The Nobel Prize (@NobelPrize) October 2, 2023
ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ଆବିଷ୍କାର କରୋନା ଭାଇରସ୍ ତଥା କୋଭିଡ୍-୧୯ ବିରୁଦ୍ଧରେ ପ୍ରଭାବଶାଳୀ ଏମଆରଏନଏ ଟିକା ବିକଶିତ କରିବାରେ ସାହାଯ୍ୟ କରିଥିଲା। ନୋବେଲ କମିଟି ସଚିବ ଥୋମାସ ପର୍ଲମ୍ୟାନ କୋରୋଲିନ୍ସ୍କା ଇନ୍ଷ୍ଟିଚ୍ୟୁଟ୍ରେ ବିଜେତାଙ୍କ ନାଁ ଘୋଷଣା କରିଛନ୍ତି।
Comments are closed.