www.samajalive.in
Sunday, December 7, 2025
16.1 C
Bhubaneswar

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଆମପାଣି ଉପାନ୍ତରେ ଆଲୋକୀକରଣ

ଲଡୁଗାଁ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ପଞ୍ଚାୟତର ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଦୁର୍ଗମ ଉପାନ୍ତ ଇଲାକା ବିରିମୁହାଣ ଓ କୁଟ୍ରୁ ଗାଁରେ ପଞ୍ଚାୟତ ପକ୍ଷରୁ ସୋଲାର ଷ୍ଟ୍ରିଟ୍ ଲାଇଟ ଲଗାଯାଇଛି।

ସୂଚନାଯୋଗ୍ୟ ଯେ, ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏହି ବନବାସୀ ଆଜି ମଧ୍ୟ ଅନେକ ମୌଳିକ ଅଧିକାରରୁ ବଞ୍ଚିତ ରହିଛନ୍ତି। ଆମପାଣି ପଞ୍ଚାୟତଠାରୁ ଜାତୀୟ ରାଜପଥ ୨୬ ଆମପାଣି ଘାଟି ବିରିମୁହାଣ ଛକରୁ ଜଙ୍ଗଲ ରାସ୍ତା ଦେଇ ୧୨ କିଲୋମିଟର ଜଙ୍ଗଲରେ ରହିଛି ବିରିମୁହାଣ ଓ କୁଟ୍ରୁ ରାଜସ୍ବ ଗ୍ରାମ। ତେବେ ଏହି ଦୁର୍ଗମ ଇଲାକାର ଅଧିବାସୀ ଦିନରେ ସୂର୍ଯ୍ୟ ଓ ରାତିରେ ଡିବିରି ଓ ଜହ୍ନ ମିଚି ମିଚି ଆଲୁଅ ଭରସାରେ ଜୀବନ ଅତିବାହିତ କରିଆସୁଥିଲେ । ଏହାକୁ ଦୃଷ୍ଟିରେ ରଖି ଆମପାଣି ଗ୍ରାମପଞ୍ଚାୟତ ସରପଞ୍ଚ ରୁକ୍ମିଣୀ ବାଣୁଆ ପ୍ରଥମ ପର୍ଯ୍ୟାୟରେ ବିରିମୁହାଣ ଓ କୁଟ୍ରୁ ଗ୍ରାମକୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଭଳି ପବିତ୍ର ଦିନରେ ୧୦ଟି ସୋଲାର ଷ୍ଟ୍ରିଟ୍ ଲାଇଟ୍ ଯୋଗାଇ ଦେଇଛନ୍ତି । ଉକ୍ତ ଷ୍ଟ୍ରିଟ ଲାଇଟକୁ ତାଙ୍କ ପ୍ରତିନିଧି ମନୋରଞ୍ଜନ ବାଣୁଆ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ସ୍ଥାପନ କରାଯାଇଛି । ଏହି ଜଙ୍ଗଲ ମଧ୍ୟରେ ଥିବା କୁଟୁରୁ ଗ୍ରାମ ବ୍ୟତୀତ ରହିଛି ସର୍ଗିପାନୀ, ଲେକାଆମ, ଆନ୍ଧି ଝରଣ ଭଳି ଅନେକ ବନବାସୀ ଗାଁ। ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆଙ୍କୁ ପଞ୍ଚାୟତକୁ ପିଡ଼ିଏସ ସାମଗ୍ରୀ ନେବାପାଇଁ ଟ୍ରାକ୍ଟର ଅଟୋ ନେଇ ଆସୁଥିବା ହିତାଧିକାରୀ ସମେତ ଏହି ଗ୍ରାମରେ ବସବାସ କରୁଥିବା ବନବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସରପଞ୍ଚ ପ୍ରତିନିଧି ନିକଟରେ ନିଜ ନିଜ ସମସ୍ୟା ସମାଧାନ ପାଇଁ ଦାବି କରାଯାଇଛି । ଏନେଇ ସରପଞ୍ଚ ରୁକ୍ମିଣୀ ବାଣୁଆଙ୍କ ପ୍ରତିକ୍ରିୟା ନେବାରୁ ସେ ଆଗକୁ ପଞ୍ଚାୟତର ଦୁର୍ଗମ ଓ ଅନ୍ୟାନ୍ୟ ଅଞ୍ଚଳମାନଙ୍କରେ ରହିଥିବା ସମସ୍ୟାର ସମାଧାନ ପାଇଁ ସବୁବେଳେ ପ୍ରସ୍ତୁତ ରହିବି ବୋଲି କହିଛନ୍ତି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories