www.samajalive.in
Sunday, December 14, 2025
26.1 C
Bhubaneswar

ଚୌଦ୍ୱାରରେ ସ୍ୱଚ୍ଛତା ହିିଁ ସେବା କାର୍ଯ୍ୟକ୍ରମ

ଚୌଦ୍ୱାର: ସ୍ଥାନୀୟ ଇମ୍ଫା ଶିଳ୍ପଗୋଷ୍ଠୀ ଆନୁକୁଲ୍ୟରେ ରବିବାର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଇମ୍ଫାର ବହୁ ସଂଖ୍ୟାରେ କର୍ମଚାରୀ ରବିବାର ଦିନ ୧୦ଟା ସମୟରେ ଚୌଦ୍ୱାରର ପ୍ରବେଶ ପଥରେ ଥିବା ମାଗୁରା ଜଳକ୍ରୀଡ଼ା କେନ୍ଦ୍ରରେ ପହଞ୍ଚି ସଫେଇ କାର୍ଯ୍ୟ କରିଥିଲେ। ଇମ୍ଫାର ଉପ ସଭାପତି ବିନୟ କୁମାର ଅଗ୍ରୱାଲା, କାର୍ଯ୍ୟକ୍ରମ ସଂଯୋଜକ ଜି. ସାରଦା ପ୍ରସାଦ ରାଓ, ଲଲାଟ କିଶୋର ମହାପାତ୍ର, ଲୋକ ସମ୍ପର୍କ ଡି.ଜି.ଏମ୍‌‌. ଧ୍ରୁବ ଚରଣ ରାଉତ, ବବିତ୍‌‌ ନନ୍ଦ, ଉମେଶ ଚନ୍ଦ୍ର ପଟ୍ଟନାୟକ, ସୁଶାନ୍ତ କୁମାର ନାୟକ, ବିଷ୍ଣୁ ଚରଣ ସାହୁ ପ୍ରମୁଖ ଏଥିରେ ଶ୍ରମଦାନ କରିଥିଲେ। ଅନୁରୂପ ଭାବେ ଚୌଦ୍ୱାର ପୌରପାଳିକାର ସମସ୍ତ ୱାର୍ଡ଼ରେ କାଉନସିଲର ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସ୍ଥାନୀୟ ଶିଶୁ ସଦନରେ ହିନ୍ଦ୍‌‌ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ନେତୃତ୍ୱରେ ପିଲା ଓ କର୍ମୀ ମାନେ ସଫେଇରେ ଶ୍ରମଦାନ କରିଥିଲେ।ପୌରପାଳିକା ତରଫରୁ ଆୟୋଜିତ କାର୍ଯ୍ୟକ୍ରମକୁ ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ନୋଡାଲ ଅଫିସର ବିଚିତ୍ରାନନ୍ଦ ସ୍ୱାଇଁ ଓ ପିୟୁଷ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories