ହରଭଙ୍ଗା: ହରଭଙ୍ଗା ପଂଚାୟତ ସମିତି ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ହରଭଙ୍ଗା ବିଡିଓ ସ୍ୱପ୍ନିତା ନାଏକଙ୍କ ଅଧ୍ୟକ୍ଷତାରେ ହରଭଙ୍ଗା ତହସିଲଦାର ଶୀବାନି ଦାଶ ଏବଂ ବ୍ଲକ କର୍ମଚାରୀ, ତହସିଲ କର୍ମଚାରୀ ଚାରିଛକ ବଜାର ଅଂଚଳ ପରିଷ୍କାର କରିବା ସହ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ ବ୍ଲକ ଅଫିସ ଠାରୁ ଏକ ର୍ୟାଲି ବାହାରି ଚାରିଛକ ବଜାର ପରିକ୍ରମା କରି ତହସିଲ, ଦମକଳ ଅଫିସ, ଥାନା ଭଳି ବିଭିନ୍ନ କାର୍ଯ୍ୟାଳୟ ଏବଂ ବଜାରରେ ଅଳିଆ ଆବର୍ଜନା ସଫା କରିବା ସହ ପରିବେଶକୁ ସ୍ୱଛତା ରଖିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ। ସେହିପରି ଚାରିଛକ, ପୁରୁଣାକଟକ, ହରଭଙ୍ଗା, ଆଡେଣିଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ର, ତ୍ରିନାଥ ସାଂସ୍କୃତିକ ଯୁବ ପରିଷଦ କରଞକଟା ଏବଂ ବିଭିନ୍ନ ଅନୁଷ୍ଠାନରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
Popular Categories



