www.samajalive.in
Saturday, December 6, 2025
23.1 C
Bhubaneswar

ପନୀର ଖାଇବାର ଉପଯୁକ୍ତ ସମୟ

ଭାରତୀୟମାନଙ୍କ ରୋଷେଇ ଶାଳାରେ ଅନେକ ଖାଦ୍ୟ ଦ୍ରବ୍ୟର ବ୍ୟବହାର କରାଯାଇଥାଏ। ଏଥି ମଧ୍ୟରୁ ପନୀର ଅନ୍ୟତମ। ଯେକୌଣସି ଉତ୍ସବରେ ପ୍ରସ୍ତୁତ ଖାଦ୍ୟରେ ପନୀର ବ୍ୟବହାର କରାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ପନୀରକୁ କେଉଁ ସମୟରେ ଖାଇବା ଉଚିତ ନୁହେଁ। ଆସନ୍ତୁ ଜାଣିବା ଏହି ବିଷୟରେ ..

ବ୍ୟାୟାମ କରିବା ପୂର୍ବରୁ କିମ୍ବା ପରେ ସଙ୍ଗେ ସଙ୍ଗେ ପନୀର ଖାଇବା ଅନୁଚିତ। ଏପରି କରିବା ଦ୍ବାର ପାଚନ କ୍ରିୟା ସଠିକ ଭାବେ ହୋଇ ନଥାଏ।

- Advertisement -

ରାତିରେ ଶୋଇବା ସମୟରେ ଶରୀରକୁ ପ୍ରୋଟିନ ଯଥେଷ୍ଟ ପରିମାଣରେ ଆବଶ୍ୟକ ହୋଇଥାଏ। ତେଣୁ ରାତ୍ର ଭୋଜନର ୧ଘଣ୍ଟା ପୂର୍ବରୁ ପନୀର ବ୍ୟଞ୍ଜନ ଖାଇପାରିବେ।

ପନୀରକୁ ସବୁବେଳେ ସଠିକ ମାତ୍ରାରେ ଖାଇବା ଉଚିତ। କାରଣ ଏହା ଶରୀରର ଓଜନ ବୃଦ୍ଧି କରିବାର ସମ୍ଭାବନା ରଖିଥାଏ।

ପନୀର ପାଣିର ବ୍ୟବହାର :

ଅଟା ଚକଟିବା ବେଳେ ପନୀରରୁ ବାହାରିଥିବା ପାଣିରେ ଚକଟନ୍ତୁ। ଏପରି କରିବା ଦ୍ବାରା ରୁଟି ଓ ପରଟା ନରମ ହେବା ସହ ପୌଷ୍ଟିକ ଯୁକ୍ତ ହୋଇଥାଏ।

ପନୀର ପାଣିକୁ ଉପମାରେ ବ୍ୟବହାର କରିବା ଦ୍ବାରା ତାହା ଅଧିକ ସ୍ବାଦଯୁକ୍ତ ହୋଇଥାଏ।

ତରକାରୀରେ ଟମାଟୋ, ଦହି କିମ୍ବା ତେନ୍ତୁଳିର ବ୍ୟବହାର ଦ୍ବାର ତାହା ଅଧିକ ଖଟା ହୋଇଯାଏ। ତେଣୁ ପନୀରର ପାଣିକୁ ତରକାରୀରେ ମିଶାଇ କିଛି ସମୟ ଫୁଟାଇଲେ ସେଥିରୁ ଖଟା ଦୂର ହୋଇଯାଏ।

ପନୀର ପାଣିକୁ ପାସ୍ତା ଓ ପରିବା ସିଝାଇବା ସମୟରେ ବ୍ୟବହାର କରନ୍ତୁ।

ସୁପ୍ ପ୍ରସ୍ତୁତ କରିବା ସମୟରେ ପାଣିର ବ୍ୟବହାର ନ କରି ପନୀର ପାଣି ବ୍ୟବହାର କରିବା ଦ୍ବାରା ତାହା ଅଧିକ ସ୍ବାଦିଷ୍ଟ ହୋଇଥାଏ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories