ଅତାବିରାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”
ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକରେ କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା କାର୍ଯ୍ୟକ୍ରମ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କଳାଡୁଙ୍ଗୁରି ପ୍ରାଥମିକ ବିଦ୍ୟାଳୟରେ ପିଠା ପୋଟଳ କ୍ଳଷ୍ଟରର ଶିଶୁ ପ୍ରତିଭା ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଆରସିସି କିଚକ ସୁନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଭାଗବତିଆ ସିଂ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜାଙ୍ଗେଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧେଶ୍ୟାମ ବାଗ, ପିଠାପୋଟଲ୍ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ଷଣ୍ଢ, ବ୍ଲକ ସମନ୍ୱୟ ସାଂସ୍କୃତିକ ଶିକ୍ଷା ଅନୁଷ୍ଠାନର ଉପଦେଷ୍ଟା ରଶ୍ମୀ ରଞ୍ଜନ ସାହୁ ,ସାମ୍ବାଦିକ ଆକାଶ ମିଶ୍ର, ଜନକରାମ ଦାଶ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅତିଥି ମାନଙ୍କ ଦ୍ଵାରା ପ୍ରଥମେ ବିଦ୍ୟାଦାତା ବିଘ୍ନରାଜ ଗଣେଶଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରାଯିବ ପରେ ଜାଙ୍ଗେଡ଼ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତଥା ଜାଙ୍ଗେଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ବେହେରା ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷୟତ୍ରୀ ସଂଯୁକ୍ତା ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ମାନେ” ସୁରଭି ” ଶିଶୁ ପ୍ରତିଭାକୁ ଉନ୍ମୋଚନ କରିବାର ଏକ ସୁଗମ ପଥ ସୃଷ୍ଟି କରେ ବୋଲି ମତବ୍ୟକ୍ତ କରିଥିଲେ। ଏହାପରେ କନିଷ୍ଠ ଓ ବରିଷ୍ଠ ଆଦି ଦୁଇଟି ବିଭାଗରେ ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ,ବକୃତା ,ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର, ମିଲେଟ କୁଇଜ୍, ତର୍କ, ପ୍ରବନ୍ଧ ଓ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟାହ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା ହୋଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ କିଶୋର କୁମାର ମିଶ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ବନହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଂହପାଲି କ୍ଲଷ୍ଟରସ୍ତରୀୟ “ସୁରଭି” କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁନିଲ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ ଗଡତିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସିଆରସିସି କୃତାର୍ଥ ଚନ୍ଦ୍ର ଭୁଏ, ଟୋପ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଦେବରାଜ ବେହେରା, ସିଂହପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ମନୋରଞ୍ଜନ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପୁରସ୍କାର ବିତରଣି ଉତ୍ସବକୁ ଶିକ୍ଷକ ଲଳିତ ଭୋଇ ପରିଚାଳନା କରିଥିଲେ। ଶିକ୍ଷକ ପ୍ରଶାନ୍ତ ପ୍ରଧାନ, ଦୁର୍ଯ୍ୟୋଧନ ମାଝୀ, ଶକୁନ୍ତଳା ମିଶ୍ର, ଦିଲୀପ ଗଡତିଆ, ସୁଧୀର ରଥ, କୌଶିକ ସାହୁ, ସୁଶାନ୍ତି ଭୋଇ ପ୍ରମୁଖ ସହଯୋଗ କରିଥିଲେ। ସେହି ପରି ବୁଗୁବୂଗା, ଚକୁଳି ଫାର୍ମ, ଗଡତିଆପାଲି, ଝିଲିମିଣ୍ଡା, ହୀର୍ଲି ପାଲି,ଅତାବିରା, ଯହ୍ନାପଡ଼ା, କାଦୋବାହାଲ,ଖରମୁଣ୍ଡା ,ପାହାର ଶ୍ରିଗିଡ଼ା, ଛନ୍ଦ ପାଲି ଓ ଲହଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି। ଏହି କ୍ଲଷ୍ଟର ସ୍ତରୀୟ ସୁରଭିରେ ପ୍ରତି ପ୍ରତିଯୋଗିତାରେ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ବୋଲି ଜଣା ପଡିଛି ।
Comments are closed.