www.samajalive.in
Sunday, December 14, 2025
26.1 C
Bhubaneswar

ଗୋଳନ୍ଥରା ସ୍ଥିତ କୃଷିବିଜ୍ଞାନ କେନ୍ଦ୍ରରେ ଗବେଷଣା ସମ଼୍ପ୍ରସାରଣ ସଭା ଅନୁଷ୍ଠିତ

ଗୋପାଳପୁର: ଗୋଳନ୍ଥରା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର, ଗଞ୍ଜାମ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଗବେଷଣା-ସମ୍ପ୍ରାସାରଣ ସମନ୍ଵୟ ସଭା କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡକ୍ଟର ସୁଜିତ୍ କୁମାର ନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟତଃ ସରକାରଙ୍କର ସମସ୍ତ ବିଭାଗର ଆଗାମୀ ଋତୁ ପାଇଁ ବିଭିନ୍ନ କାର୍ଯ୍ୟସୂଚୀ ଉପରେ ଆଲୋଚନା ହେବା ସହିତ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟାବଳୀ ଓ ଅଗ୍ରଗତି ଉପସ୍ଥାପନା କରାଯାଇଥିଲା। ସଭାରେ କୃଷିବିଜ୍ଞାନ କେନ୍ଦ୍ର, ଭଞ୍ଜନଗରର ବୈଜ୍ଞାନିକ ଗଣ, ଓଡ଼ିଶା ରାଜ୍ୟ ସରକାରଙ୍କର କୃଷି ଉଦ୍ୟାନ, ମୃତ୍ତିକା ସଂରକ୍ଷଣ, ମତ୍ସ୍ୟ ଓ ପଶୁପାଳ ବିଭାଗର ଅଫିସର ମାନଙ୍କ ସହିତ ଭୈରବୀ କୃଷକ ଉତ୍ପାଦକ ସଂଘ, ଚାଷୀ ଶ୍ୟାମସୁନ୍ଦର ଦୋଖି, ଦଣ୍ଡପାଣି ବେହେରା, ଭିଉଜ ଏନଜିଓର କର୍ମକର୍ତ୍ତା ଯୋଗ ଦେଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories