www.samajalive.in
Saturday, December 6, 2025
17.1 C
Bhubaneswar

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ଭାଉଜ ଓ ତାଙ୍କ ବାପା ମିଶି ହତ୍ୟା କରିଥିବା ଅଭିଯୋଗ

କଳାପଥର(ବାଙ୍କୀ): ବୈଦେଶ୍ଵର ଥାନା ଅନ୍ତର୍ଗତ କନ୍ତକାଇ ନିକଟସ୍ଥ ଉଆସପଲ୍ଲୀ କାଜୁ ଜଙ୍ଗଲରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କଲେ କେହି ତାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅନୁମାନ କରାଯାଉଛି। ମୃତ ଯୁବକ ଛବିନ୍ଦ୍ର ପ୍ରଧାନଙ୍କ ପୁଅ ପବନା ପ୍ରଧାନ ବୋଲି ଜଣାପଡ଼ିଛି। ତେବେ ପବନାଙ୍କୁ ତାଙ୍କ ଭାଉଜ ଓ ତା’ର ପରିବାର ମିଶି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର।

ସୂଚନା ଅୁନସାରେ, ପବନାର ବଡ଼ଭାଇ ଋଷିଆ ପ୍ରଧାନ ଚଢେଇବନ୍ଧ ଗ୍ରାମର ବନ ପରିଡ଼ାଙ୍କ ଝିଅ ଜ୍ୟୋସ୍ନାରାଣୀଙ୍କୁ ଆଜକୁ ୮ ମାସ ତଳେ ବିବାହ କରିଥିଲେ। ତେବେ ଜ୍ୟୋସ୍ନାରାଣୀ କୁଆଡେ ନିଜ ସ୍ବାମୀଙ୍କୁ ପସନ୍ଦ କରୁନଥିଲେ ବୋଲି ଅଭିଯୋଗ ହୋଇଛି। ତେଣୁ ନିଜ ବାପଘରେ ରହୁଥିବା ମୃତ ଯୁବକଙ୍କ ଭଉଣୀ କହିଛନ୍ତି। ଏପରିକି ଦିଅର ପାଖରେ ରହିବାକୁ ଅଡ଼ି ବସି ଲୁଚା ଛପାରେ ଅନୈତିକ ସମ୍ପର୍କ ରଖିଆସୁଥିଲେ ବୋଲି ପରିବାର ଲୋକ କହିଛନ୍ତି। ମୃତ ଯୁବକଙ୍କ ବାପା ଛବି ପ୍ରଧାନ ଓ ମାଆ ଲୋକଲଜ୍ଜା ଭୟରେ ସାନ ପୁଅ ପବନାକୁ ଗାଁରୁ ନେଇ ନିଜର ଜଣେ ଜଣାଶୁଣା ବ୍ୟକ୍ତିଙ୍କ ଜରିଆରେ ନୂଆଗାଁରେ ରଖିଥିଲେ। ଗତ ସନ୍ଧ୍ୟାରେ ଭାଉଜ ଭୋଜି କରିବା ବାହାନାରେ ପବନାକୁ ତାଙ୍କ ବାପଘର ଗାଁକୁ ଉଆସପଲ୍ଲୀକୁ ଡାକିଥିଲେ। ବାପଘର ଗାଁକୁ ଡାକି ଜୋର ଜବରଦସ୍ତ ବାହାଘର ପାଇଁ ରାଜି ନହେବାରୁ ଭାଉଜ ଓ ତାଙ୍କ ବାପା ପବନାକୁ ହତ୍ୟା କରି କାଜୁ ଜଙ୍ଗଲରେ ରଶିରେ ଓହଳାଇ ଦେଇଥିବା ମୃତକଙ୍କ ଭଉଣୀ ଅଭିଯୋଗ କରିଛନ୍ତି। ମୃତ ଯୁବକଙ୍କ ଗୋଡ଼ ମାଟିରେ ଲାଗି ସତେ ଯେପରି ବସିଲା ଭଳି ଦେଖିବାକୁ ମିଳିଛି। ଉଆସପଲ୍ଲୀ ଗ୍ରାମର ବାଇଧର ବେହେରା ଭୋର ସମୟରେ କାଜୁ ଜଙ୍ଗଲକୁ ଆସିଥିବା ବେଳେ ଝୁଲୁଥିବା ମୃତଦେହକୁ ଦେଖି ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଭାଇର ଶ୍ବଶୁରକୁ ବୈଦେଶ୍ଵର ପୁଲିସ ଅଟକ ରଖିଥିବାବେଳେ ଭାଉଜ ଫେରାର ଥିବା ଜଣାପଡ଼ିଛି।

- Advertisement -

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories