www.samajalive.in
Monday, December 15, 2025
26.1 C
Bhubaneswar

ଲାଞ୍ଜିଗଡ-କଟକ ଓଏସଆରଟିସିବସରୁ ୧୪୦ କିଲୋ ତମ୍ବା ଜବତ:ବସ ଥାନାରେ ଅଟକ, ପୁଲିସ ତଦନ୍ତ ଜାରି

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରୁ କଟକ ଯାଉଥିବା ଏକସରକାରୀ(ଓଏସଆରଟିସି)ବସ ନମ୍ବର(ଓଡ଼-୦୫ବିସି-୪୧୭୨)ରୁ ୧୪୦ କିଲୋ ତମ୍ବା ପୁଲିସ ଜବତ କରିଛି। ଲାଞ୍ଜିଗଡ ଥାନା ପକ୍ଷରୁ ଏହି ବସର ଡ୍ରାଇଭର ଓ କଣ୍ଡକ୍ଟର ସମେତ ବସଟିକୁ ଲାଞ୍ଜିଗଡ ଥାନାରେ ଅଟକ ରଖାଯାଇଛି। ଫଳରେ ପୂର୍ବରୁ ବସରେ ଟିକଟ କଟିଥିବା ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି।

ସୂଚନାନୁସାରେ ଆଜି କୌଣସି ସୂତ୍ରରୁ ଖବର ପାଇ ଲାଞ୍ଜିଗଡ ପୁଲିସ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ନିଜ ଟିମ ଲାଞ୍ଜିଗଡ଼-କଟକ ଯାଉଥିବା ସରକାରୀ ବସ ରହିଥିବା ସ୍ଥାନକୁ ଯାଇ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ବସ ଡିକିରୁ ପ୍ରାୟ ୧୪୦ କିଲୋ ତମ୍ବା ଜବତ କରିଥିଲା।ଏହାପରେ ବସଟିକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଥିବା ଜଣାପଡିଛି I ତମ୍ବା ବସ୍ତା ପଠାଉଥିବା ମୁଖ୍ୟ ଆସାମୀ ବର୍ତ୍ତମାନ ଫେରାର ଥିବାବେଳେ ବସର ୨ ଜଣ ଡ୍ରାଇଭର ଏବଂ କଣ୍ଡକ୍ଟରକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଥିବା ଥାନାଧିକାରୀ ବିଜୟଲକ୍ଷ୍ମୀ ହିକକା ସୂଚନା ଦେଇଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories