www.samajalive.in
Saturday, December 13, 2025
26.1 C
Bhubaneswar

‘ଇଣ୍ଡିଆ’ ମେଣ୍ଟରେ ସମସ୍ୟା : ଜେଡିୟୁ-ଆରଜେଡି ଆସନ ବୁଝାମଣା ଅସମାହିତ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବ ଏନଡିଏ ମେଣ୍ଟକୁ ପରାସ୍ତ କରିବା ଲାଗି ଗଠିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଗୋଟିଏ ପରେ ଗୋଟିଏ ସମସ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ମେଣ୍ଟର ଦୁଇ ଦଳ ଜେଡିୟୁ ଓ ଆରଜେଡି ମଧ୍ୟରେ ଆସନ ବୁଝାମଣା ଅଙ୍କ ଅସମାହିତ ରହିଛି। ବିହାରରେ ଏହି ଦୁଇ ଦଳର ପ୍ରମୁଖ ଉପସ୍ଥିତି ରହିବା ସହିତ କ୍ଷମତାସୀନ ଅଛନ୍ତି। ମାତ୍ର ଆଗାମୀ ଲୋକସଭା ନିର୍ବାଚନ ଲାଗି ଦୁଇ ଦଳ ମଧ୍ୟରେ ଆସନ ବୁଝାମଣା କଥାବାର୍ତ୍ତା ହୋଇଥିବାବେଳେ ଏହା ଅସମାହିତ ରହିଛି। ବିହାରର ସୀତାମାଢ଼ି, ମାଧେପୁରା, ଗୋପାଳଗଞ୍ଜ, ସିୱାନ ଓ ଭାଗଲପୁର ବାଙ୍କା ଆସନକୁ ନେଇ ଦୁଇ ଦଳ ମଧ୍ୟରେ ଅବୁଝାମଣା ହୋଇଛି। ଲାଲୁ ପ୍ରସାଦ ଯାଦବଙ୍କ ନେତୃତ୍ବ ଆରଜେଡି ଏହିସବୁ ଆସନରେ ପ୍ରାର୍ଥୀ ଦେବାକୁ ଦାବି କରିଛି। ମାତ୍ର ଆରଜେଡିର ଏପରି ଦାବିକୁ ନୀତୀଶ କୁମାରଙ୍କ ନେତୃତ୍ବ ଜେଡିୟୁ ଅଗ୍ରାହ୍ୟ କରିଛି। ବିହାରରେ ମୋଟ ଲୋକସଭା ଆସନ ସଂଖ୍ୟା ୪୦। ୨୦୧୯ ନିର୍ବାଚନରେ ଏହି ୪୦ ଆସନରୁ ଜେଡିୟୁ ୧୬ଟିରେ, ବିଜେପି ୧୭ଟିରେ, କଂଗ୍ରେସ ଗୋଟିଏ, ଏଲଜେପି ୬ଟିରେ ବିଜୟୀ ହୋଇଥିଲା। ଆରଜେଡି ଗୋଟିଏ ହେଲେ ଆସନରେ ବିଜୟୀ ହୋଇପାରି ନଥିଲା। ୨୦୨୪ ନିର୍ବାଚନରେ ଜେଡିୟୁ ଏହାର ସମସ୍ତ ୧୬ଟି ଆସନରେ ନିଜର ପ୍ରାର୍ଥୀ ଦେବା ସହିତ ଅଧିକ ଦାବି କରିଛି। ବିଶେଷକରି ଗତ ନିର୍ବାଚନରେ ଯେଉଁସବୁ ଆସନରେ ଜେଡିୟୁର ଅଧିକ ପ୍ରଭାବ ରହିଥିଲା ସେଠାରେ ଏଥର ପ୍ରାର୍ଥୀ ଦେବାକୁ ଦାବି କରିଛି।
ପ୍ରାଥମିକ କଥାବାର୍ତ୍ତା ଅନୁଯାୟୀ ୪୦ଟି ଆସନରୁ ଆରଜେଡି ଓ ଜେଡିୟୁ ୧୬ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେବେ। ଅବଶିଷ୍ଟ ୮ଟି ଆସନରେ କଂଗ୍ରେସ ଓ ତିନିଟି ବାମପନ୍ଥୀ ଦଳ ପ୍ରାର୍ଥୀ ଦେବେ। ମାତ୍ର ଏହି କଥାବାର୍ତ୍ତାକୁ ଜେଡିୟୁ ଏବେ ଗ୍ରହଣ କରିବାକୁ ନାରାଜ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories