www.samajalive.in
Saturday, December 13, 2025
26.1 C
Bhubaneswar

ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ – ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶରେ ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ ବିଜେପି ଶାସନ ସମୟରେ ଆଦିବାସୀ ସମ୍ପ୍ରଦାୟ ପାଇଁ ବଜେଟ୍ ଆବଣ୍ଟନ ପାଞ୍ଚ ଗୁଣ ବୃଦ୍ଧି କରାଯାଇଛି। ଆଜି ଗୁଜୁରାଟର ଛୋଟା ଉଦେପୁରର ବୋଡେଲି ଠାରେ ୫ ହଜାର ୨୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବା ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ଏକ ଜନ ସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି। ଏଥିରେ ‘ମିଶନ୍ ସ୍କୁଲ୍ ଅଫ୍ ଏକ୍ସଲେନ୍ସ’ କାର୍ଯ୍ୟକ୍ରମ ଅଧୀନରେ ୪ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ଅବସରରେ ଶ୍ରୀ ମୋଦୀ କହିଛନ୍ତି ଯେ ସରକାର ନିଶ୍ଚିତ କରୁଛନ୍ତି ଯେ ଦେଶର ଗରିବ ଶ୍ରେଣୀର ଲୋକମାନେ ବାସଗୃହ, ଟ୍ୟାପ୍ ଯୋଗେ ପାଣି, ବିଦ୍ୟୁତ୍ ଏବଂ ଶିକ୍ଷା ସମେତ ସମସ୍ତ ମୌଳିକ ସୁବିଧା ପାଇବେ। ସେ କହିଛନ୍ତି ଯେ ଆଦିବାସୀ ଅଞ୍ଚଳରେ ଯୁବପିଢ଼ିଙ୍କ ଶିକ୍ଷା ତଥା ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମି ମଜବୁତ କରିବାକୁ କେନ୍ଦ୍ର ସରକାର ଧ୍ୟାନ ଦେଉଛନ୍ତି। ସେ କହିଛନ୍ତି ଯେ ଛାତ୍ରମାନଙ୍କୁ ଉତ୍ତମ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ଦେଶରେ ୧୪ ହଜାରରୁ ଅଧିକ ପିଏମ ଶ୍ରୀ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି।

ବିଦ୍ୟାଳୟରେ ଶିକ୍ଷା ଗୁଣାତ୍ମକ ମାନର ଉନ୍ନତି ପାଇଁ ଗୁଜରାଟ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ୨୫ ହଜାରରୁ ଅଧିକ ନୂତନ ଶ୍ରେଣୀଗୃହ, ପାଞ୍ଚଟି ନୂତନ ମେଡିକାଲ କଲେଜ ଏବଂ ଦୁଇଟି ଆଦିବାସୀ ଅଞ୍ଚଳରେ ଦୁଇଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ପରିବର୍ତ୍ତନଶୀଳ ସମୟରେ ଦକ୍ଷତା ବିକାଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ତୃଣମୂଳ ସ୍ତରରେ ଦକ୍ଷତା ବିକାଶ ପରମ୍ପରାକୁ ମଜବୁତ କରିବା ପାଇଁ ସରକାର ବିଶ୍ୱକର୍ମା ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ସେ କହିଛନ୍ତି। ଏହି ଯୋଜନାର ସୁଯୋଗ ନେବାକୁ ସେ ସମସ୍ତ କାରିଗରଙ୍କୁ ନିବେଦନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories