www.samajalive.in
Monday, December 8, 2025
20.1 C
Bhubaneswar

ୟଶ ଚୋପ୍ରାଙ୍କ ଜନ୍ମ ବାର୍ଷିକୀରେ ଆସିଲା ‘ଟାଇଗର୍‌ର ମେସେଜ୍’: କଡ଼ା ମିଜାଜରେ ଭାଇଜାନ୍‌

ମୁମ୍ବଇ: ବଲିଉଡ଼ ଭାଇଜାନ୍‌ ସଲମାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଟାଇଗର-୩’କୁ ନେଇ ରର୍ଚ୍ଚାରେ। କିଛିଦିନ ତଳେ ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଥିବା ବେଳେ ବୁଧବାର ସାମ୍ନାକୁ ଆସିଛି ‘ଟାଇଗର-୩’ର ଟିଜର। ଶେୟାର କରାଯାଇଥିବା ଭିଡିଓ​‌ରେ ପୁଣି ଥରେ ସଲମାନ କଡ଼ା ମିଜାଜ୍‌ରେ ନଜର ଆସିଛନ୍ତି। ଏହି ଭିଡିଓକୁ ଟିଜର କିମ୍ବା ଟ୍ରେଲର ନାଁ ଦିଆଯାଇନାହିଁ, ବରଂ ଏହାକୁ ‘ଟାଇଗର୍‌ର ମେସେଜ୍’ ବୋଲି କୁହାଯାଇଛି।

- Advertisement -

ଫିଲ୍ମରେ ସଲମାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି କ୍ୟାଟ୍ରିନା କୈଫ୍‌। ଟିଜର୍‌ ଭିଡିଓରେ ମଧ୍ୟ ଅଭିନେତ୍ରୀଙ୍କ ଝଲକ୍‌ ଦେଖିବାକୁ ମିଳିଛି। ସଲମାନ ଖାନ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ପୋଷ୍ଟ କରି ପ୍ରଶଂସକଙ୍କୁ ଟିଜର୍‌ ବିଷୟରେ ସୂଚନା ଦେଇଛନ୍ତି। ଏଥିସହ ଲେଖିଛନ୍ତି ‘‘ଯେପର୍ଯ୍ୟନ୍ତ ଟାଇଗର ମରିନାହିଁ, ସେପର୍ଯ୍ୟନ୍ତ ଟାଇଗର ହାରିନାହିଁ।’’ ଭିଡିଓକୁ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍‌ କରାଯାଇଛି। ଏଥିସହ ସୂଚନା ଦିଆଯାଇଛି ଯେ, ଫିଲ୍ମ ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ‘ଟାଇଗର-୩’ରେ ଇମ୍ରାନ ହାଶମୀଙ୍କୁ ଖଳନାୟକ ଭାବେ ଅଭିନୟ କରିଛନ୍ତି। ଫିଲ୍ମରେ ସଲମାନଙ୍କ ସହ ତାଙ୍କ ଲଢେଇ ଦେଖିବାକୁ ମିଳିବ।

ସୂଚନାଯୋଗ୍ୟ, ଆଜି ୟଶରାଜ ଫିଲ୍ମ୍‌ସର ପ୍ରତିଷ୍ଠା ଦିବସ ତଥା ଦିବଂଗତ ଚଳଚ୍ଚିତ୍ର ନିର୍ମାତା ୟଶ ଚୋପ୍ରାଙ୍କର ଜନ୍ମ ବାର୍ଷିକୀ। ଏହି ଅବସରରେ ‘ଟାଇଗର-୩’ର  ଭିଡିଓ ଶେୟାର କରି ଚଳଚ୍ଚିତ୍ରର ପ୍ରମୋଶନ ଆରମ୍ଭ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories