www.samajalive.in
Monday, December 15, 2025
16.1 C
Bhubaneswar

ପ୍ରଭୁ ଗଣେଶଙ୍କୁ ମକ୍କାର ଦାନା ଅର୍ପଣ କଲେ ଦୂର ହୁଏ ଧନର ଅଭାବ

ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କୁ ପ୍ରଥମ ଦେବତା ଭାବରେ ବିବେଚନା କରାଯାଏ। କୌଣସି ଶୁଭ କାର୍ଯ୍ୟ , ଧାର୍ମିକ କାର୍ଯ୍ୟ ବା ମଙ୍ଗଳ କାର୍ଯ୍ୟରେ ପ୍ରଭୁ ଗଣେଶଙ୍କୁ ପ୍ରଥମେ ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ବିଘ୍ନ ବିନାଶକ କୁହାଯାଏ। ତେଣୁ ତାଙ୍କୁ ପ୍ରଥମେ ପୂଜା କରାଯାଏ ଯେପରି କୌଣସି ପ୍ରକାର ବାଧାବିଘ୍ନ ଶୁଭ କାର୍ଯ୍ୟରେ ନ ଆସେ।

ଭଗବାନ ଗଣେଶଙ୍କ ପୂଜାରେ ନିଶ୍ଚିତ ଭାବରେ ଦୁବ ଘାସ ଅର୍ପଣ କରାଯାଏ। ଭଗବାନ ଗଣେଶଙ୍କ ଉପାସନା ଏବଂ ପୂଜାରେ ଦୁବ ଘାସ ଅର୍ପଣ କରିବା ଦ୍ବାରା ସୁଖ-ଶାନ୍ତି ଏବଂ ଧନ ବୃଦ୍ଧି ହୋଇଥାଏ। ପୂଜାରେ, ଦୁବର ଯୋଡି ବା ଗୁଚ୍ଛା ତିଆରି କରି ଭଗବାନଙ୍କୁ ଅର୍ପଣ କରାଯାଏ। ଭଗବାନ ଗଣେଶଙ୍କୁ ୧୧ଟି ଯୋଡି ବା ଗୁଚ୍ଛା ଦୁବ ଘାସ ଅର୍ପଣ କରାଯିବା ଉଚିତ୍। ପରିଷ୍କାର ସ୍ଥାନରୁ ଦୁବ ଘାସ ସଂଗ୍ରହ କରନ୍ତୁ। ଦୁବ ଘାସ ଅର୍ପଣ କରିବାବେଳେ ଗଣେଶଙ୍କର ୧୧ଟି ମନ୍ତ୍ର ପାଠ କରାଯିବା ଉଚିତ୍।
ପ୍ରଭୁ ଗଣେଶଙ୍କ ଫଟୋ କିମ୍ବା ମୂର୍ତ୍ତିର ମୁଖ ଦକ୍ଷିଣକୁ ହେବା ଉଚିତ ନୁହେଁ।
ଗୃହରେ ସର୍ବଦା ବସିଥିବା ଗଣେଶଙ୍କ ପ୍ରତିମା ଏବଂ କାର୍ୟ୍ୟ ସ୍ଥଳରେ ଠିଆ ହୋଇଥିବା ଗଣେଶଙ୍କ ପ୍ରତିମା ରଖିବା ଆବଶ୍ୟକ ଅଟେ।
ପୂର୍ବ ଦିଗରେ ଗଣେଶଙ୍କ ପ୍ରତିମା ସ୍ଥାପନ କଲେ ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ।
ଧଳା ରଙ୍ଗ ଗଣେଶଙ୍କ ପ୍ରତିମା ଘରେ ଲଗାଇଲେ ଗୃହରେ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ।
ପିଲାଙ୍କ ପାଠ ପଢା ନିମନ୍ତେ ସିନ୍ଦୂର ରଙ୍ଗର ଗଣେଶଙ୍କ ପ୍ରତିମା ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।
ପ୍ରତି ବୁଧବାରରେ ଗଣେଶଙ୍କୁ ଲଡ଼ୁ ପ୍ରସାଦ ଭାବେ ଭୋଗ ଲଗାଇଲେ ପରିବାର ସଦସ୍ୟ ମଧ୍ୟରେ ସଂପର୍କ ସୁଦୃଢ ରହିଥାଏ।
ପ୍ରଭୁ ଗଣେଶଙ୍କୁ ପ୍ରଥମେ ଲାଲ ସିନ୍ଦୂର ଅର୍ପଣ କରନ୍ତୁ।
ଏହା ପରେ ପ୍ରଭୁଙ୍କୁ ଦୁବ ଅର୍ପଣ କରନ୍ତୁ।
ଘିଅର ଦୀପ ପ୍ରଭୁଙ୍କୁ ଅର୍ପଣ କରନ୍ତୁ। ଦୀପର ତଳେ ଅଳ୍ପ ଚାଉଳ ରଖନ୍ତୁ।
ଗଣେଶଙ୍କୁ ପୂଜା କରିବା ସମୟରେ ତାଙ୍କୁ ପିଠିପଟକୁ ଦର୍ଶନ କରିବା ଉଚିତ ନୁହେଁ। କାରଣ ତାଙ୍କ ପିଠିରେ ଦରିଦ୍ରତା ବାସ କରିଥାଏ।
ପାନର ପତ୍ରରେ ସ୍ୱସ୍ତିକ କରି ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ସମସ୍ତ ଦୁଃଖ ଦୂର ହୋଇଥାଏ। ଅତ୍ୟନ୍ତ ଶୁଭ ଫଳ ମିଳିଥାଏ।
ପ୍ରଭୁ ଗଣେଶଙ୍କୁ ମକ୍କାର ଦାନା ଅର୍ପଣ କରିବା ଦ୍ୱାରା ଗୃହରେ ଧନସମ୍ପତ୍ତିର ଅଭାବ ହୋଇନଥାଏ।
ପ୍ରଭୁ ଗଣେଶଙ୍କୁ ମୋଦକ ଖୁବ୍ ପ୍ରିୟ ଅଟେ। ତେଣୁ ତାଙ୍କ ନିକଟରେ ମୋଦକ ଭୋଗ ଲଗାଇଲେ ବହୁ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories