ସମ୍ବଲପୁର: ସ୍ଥାନୀୟ ଶାସନ ଥାନା ଅର୍ନ୍ତଗତ ଶାସନ (ପଣ୍ଡିଆପାଲି) କେନାଲରୁ ମଙ୍ଗଳବାର ଅଜଣା ମହିଳାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଶାସନ ପୁଲିସ ମୃତଦେହକୁ ଉଦ୍ଧାର କରିଛି। ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ୧୮/୨୦୨୩ ରୁଜୁ କରି କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ଘଟିଛି, କେଉଁ ଠାରୁ ମୃତଦେହ ଆସିଲା, ଏହା ହତ୍ୟା ନା ଆତ୍ମହତ୍ୟା ଆଦି ବିଭିନ୍ନ ବିଷୟକୁ ନେଇ ଶାସନ ପୁଲିସ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ କହିଛି। ମୃତ ମହିଳାଙ୍କ ଆନୁମାନିକ ବୟସ ପ୍ରାୟ ୩୫ ବର୍ଷ ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Popular Categories



