www.samajalive.in
Sunday, December 14, 2025
26.1 C
Bhubaneswar

ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଲାଗି ପ୍ରତିବାଦ ସଭା, ଗର୍ଜିଲେ ଆଦିବାସୀ

ପଡିଆ: ଘଞ୍ଛ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ସହ ଚାଷବାସ କରି ଆମେ ଖୁସିରେ ଅଛୁ। ଏବେ ସରକାର ଆମ ଇଲାକାରେ ଗୋଟିଏ ପରେ ଗୋଟିଏ କମ୍ପାନି ଖୋଲି ଜଙ୍ଗଲ ନଷ୍ଟ କରିବାକୁ ଯାଉଛନ୍ତି, ଯାହା ଆମେ ହେବାକୁ ଦେବୁ ନାହିଁ। ଏ ଜଙ୍ଗଲ ଆମର, ଏ ଜଳ ଆମର ଆଉ ଏ ଭୂମି ଆମର, କିଛି ଏଭଳି ନାରା ଦେଉଥିଲେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଆଦିବାସୀ ଅଧ୍ୟୁଷିତ ଉସକାଲବାଗ ଅଞ୍ଚଳରେ ଏକ ଘରୋଇ କମ୍ପାନି ସ୍ଥାପନକୁ ବିରୋଧ କରି ନିଲିଗୁଡା ଗ୍ରାମରେ ଅନୁଷ୍ଠିତ ବୈଠକରେ। ଆାଦିବାସୀ ଅଧ୍ୟୁଷିତ ଏହି ଇଲାକାର ଏକ ଘରୋଇ କମ୍ପାନୀ ସ୍ଥାପନ ନେଇ ସୂଚନା ପାଇ ଏହାକୁ ବିରୋଧ କରି ସରକାରଙ୍କ ବିରୋଧରେ ଗର୍ଜନ ଭରା ସ୍ଵରରେ ଗର୍ଜିଛନ୍ତି ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ଆଦିବାସୀ। ପିଢିପିଢି ଧରି ସ୍ଥାନୀୟ ଜଙ୍ଗଲ ଉପରେ ନିର୍ଭର କରି ଜୀବନ ଯାପନ କରୁଥିବା ଏହି ଆାଦିବାସୀ ସମୂହ ଏହି ବୈଠକ ମାଧ୍ୟମରେ ନିଜର ପ୍ରତିବାଦ ଜଣାଇବା ସହ ଆସନ୍ତା କାଲି ଏ ନେଇ ଏକ ଦାବିପତ୍ର ପ୍ରଦାନ କରାଯିବାର ଅଛି ବୋଲି ଜଣାପଡ଼ଛି। ଏଥିସହ ସରକାର ଏ ଦିଗରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଏକ ବଡ ଧରଣର ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛନ୍ତି ସ୍ଥାନୀୟ ଆାଦିବାସୀ ନେତୃବୃନ୍ଦ। ଏହି ବୈଠକରେ ଜିଲ୍ଲା ଆାଦିବାସୀ ସଂଘର ସଭାପତି କୃଷ୍ଣଚନ୍ଦ୍ର ମାଡକାମି, ନିଲିଗୁଡା ସରପଞ୍ଚ ଦେବେ ମାଡି, କାଲିମେଳା ବ୍ଲକ ଉପାଧକ୍ଷ ଲାକମା ମାଡି, ମାଲା ମାଡି, କମଳ ସାଇ ମାଝୀ, ମୁନି ମାଡକାମି, ବନ୍ଧୁ ମୁଦୁଲି, ଆଇତା କାବାସୀ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆାଦିବାସୀ ନେତୃବୃନ୍ଦ ଉପସ୍ଥିତ ଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories