www.samajalive.in
Sunday, December 14, 2025
19.1 C
Bhubaneswar

ଝିଅ ଘରୁ ଫେରୁଥିଲେ; ନଦୀରେ ବୁଡ଼ି ଚାଲିଗଲା ଜୀବନ

ତେଲକୋଇ: ଝିଅ ଘରୁ ଫେରୁଥିବା ବେଳେ ସମାକୋଇ ନଦୀରେ ବୁଡି ପ୍ରାଣ ହରାଇଲେ ବୃଦ୍ଧା । ଘଟଣା ଘଟିଛି ତେଲକୋଇ ଥାନା ଶିବନାରାୟଣପୁର ଗୋଡା ପଞ୍ଚାୟତ କମଳାଙ୍ଗ ଗ୍ରାମରେ । କମଳାଙ୍ଗ ମୁଣ୍ଡା ସାହିର ସାବିତ୍ରୀ ମୁଣ୍ଡା(୬୦) କିଛିଦିନ ତଳେ ଛାମୁଣ୍ଡା ପଞ୍ଚାୟତ ଶିରିଆବାହାଳ ଗ୍ରାମକୁ ନିଜ ଝିଅ ଘରକୁ ଏକ ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ। ଶନିବାର ଅପରାହ୍ନରେ ଝିଅ ଘରୁ ନିଜ ଘର କମଳାଙ୍ଗକୁ ବାହାରିଥିଲେ। ତେବେ ଘରକୁ ପହଞ୍ଚିବାକୁ ରାମଚନ୍ଦ୍ରପୁରଠାରେ ସମାକୋଇ ନଦୀ ପାର ହୋଇ ଯିବା ବେଳେ ଗଭୀର ଜଳରେ ପଡିଯାଇ ସାବିତ୍ରୀଙ୍କ ମୃତ୍ୟୁ ଘଟିଥିଲା। ରବିବାର ସକାଳୁ ସାବିତ୍ରୀଙ୍କ ମୃତଦେହ ନଦୀରେ ଭାସିବାରୁ ଲୋକମାନେ ଅଗ୍ନିଶମ ବିଭାଗ ଏବଂ ତେଲକୋଇ ପୁଲିସକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରି ତେଲକୋଇ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି। ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories