www.samajalive.in
Sunday, December 14, 2025
19.1 C
Bhubaneswar

ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘର ବୈଠକ

ପାଟଣା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ରାଇଡିହା ଗ୍ରାମପଞ୍ଚାୟତ ଠାରେ ଶୁକ୍ରବାର ଦିନ ଜିଲ୍ଲା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘର ସଭାପତି ବସନ୍ତ କୁମାର ମହାନ୍ତଙ୍କ ଆହ୍ୱାନ କ୍ରମେ ବ୍ଲକ ସଭାପତି କ୍ଷୀରୋଦ ଚନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ସାହାରପଡା ଗ୍ରାମ ପଞ୍ଚାୟତ କର୍ମଚାରୀ ସଙ୍ଘର ବ୍ଲକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ପଟେଲ କୁମାର ମହାନ୍ତ, କୋଷାଧ୍ୟକ୍ଷ ରମାକାନ୍ତ ମହାନ୍ତ, ସମୀକ୍ଷକ ହୃଷିକେଶ ମହାନ୍ତ ଯୋଗ ଦେଇଥିଲେ। ସାହାରପଡା ବ୍ଲକର ୨୦ ଗୋଟି ଗ୍ରାମପଞ୍ଚାୟତର ସମସ୍ତ ପିଅନ, ରାତ୍ର ଜଗୁଆଳି, ଝାଡୁଦାର କର୍ମଚାରୀ ମାନେ ବୈଠକରେ ଯୋଗଦାନ କରିଥିଲେ। ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବୀ ପୁରଣ ବିଷୟରେ ଅବଗତ କରାଇଥିଲେ ସୁଦ୍ଧା କର୍ମଚାରୀଙ୍କ ପାଇଁ କୌଣସି ଘୋଷଣା ଅଦ୍ୟାବଧି କରିନାହାନ୍ତି। ମାତ୍ର ଶ୍ରମ ଓ ନିୟୋଜନ ବିଭାଗ ଦ୍ଵାରା ଘୋଷିତ ସର୍ବନିମ୍ନ ମଜୁରୀ ଦୈନିକ ୩୪୫ ଟଙ୍କା ମଧ୍ୟ ମିଳୁ ନାହିଁ। ଦାବି ଗୁଡିକ ମଧ୍ୟରେ ସ୍ଥାୟୀ ନିଯୁକ୍ତି, ନିୟମିତ ଦରମା, ସମାନ କାମକୁ ସମାନ ଦରମା, ସଂଶୋଧନ ୨୦୧୪ ମସିହା ନିୟମ ୧୨୫ ଆଇନକୁ ତୁରନ୍ତ କାର୍ଯ୍ୟକାରୀ, ରାଜ୍ୟ ବଜେଟରେ ଏହି କର୍ମଚାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବଜେଟ, ପଞ୍ଚାୟତରାଜ ବିଧିବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ସହିତ ପୋର୍ଟାଲ ପିଆର ବିଭାଗରେ କର୍ମଚାରୀ ମାନଙ୍କ ତାଲିକାକୁ ପଞ୍ଜିକରଣ କରିବା, ଶିକ୍ଷାଗତ ଯୋଜନା ଭିତ୍ତିରେ ପଦୋନ୍ନତି, ଶ୍ରମ ଓ ନିୟୋଜନ ବିଭାଗ ଦ୍ଵାରା ଘୋଷିତ ସର୍ବନିମ୍ନ ଦୈନିକ ମଜୁରୀ ୩୩୩ ଟଙ୍କାରୁ କମ ହେଉନଥିବା ପାରିଶ୍ରମିକ, ପି ଆର ବିଭାଗରୁ ଏକ ଷ୍ଟାଣ୍ଡିଙ୍ଗ ଅର୍ଡର ପ୍ରତେକ ପଞ୍ଚାୟତକୁ ପଠାଇବା, ଚାକିରୀ କ୍ଷେତ୍ରରେ ସୁରକ୍ଷା ପ୍ରଦାନ ଏବଂ ଏହି କର୍ମଚାରୀ ମାନଙ୍କ ନିମନ୍ତେ ପଞ୍ଚାୟତରାଜ ବିଭାଗରେ ସ୍ୱତନ୍ତ୍ର କମିଟି ବ୍ୟବସ୍ଥା କରାଯାଉ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories