www.samajalive.in
Saturday, December 13, 2025
26.1 C
Bhubaneswar

ମନେପଡିଲା ମହାନଦୀ ତଟସୁରକ୍ଷା ଚିନ୍ତା, ଜଳସେଚନ ବିଭାଗୀୟ ଯନ୍ତ୍ରୀଙ୍କ କ୍ଷେତ୍ର ପରିଦର୍ଶନ

ହରଭଙ୍ଗା: ବୌଦ୍ଧ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କେଶର ମୁର୍ମୁ ,କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ମହାକୁଡ ପ୍ରମୁଖ ଶୁକ୍ରବାର ସକାଳେ ହରଭଙ୍ଗାସ୍ଥିତ ମହାନଦୀ ପାଇପ ଜଳ ଯୋଗାଣ ଘାଟରେ ପହଞ୍ଚି ନଦୀତଟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ମହାନଦୀରେ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା ଉଠାଜଳସେଚନ ପଏଣ୍ଟ ଗୁଡିକର ଉପର ଏବଂ ତଳଭାଗରେ ପଥର ପ୍ୟାକିଂ କାନ୍ଥ ନିର୍ମାଣ ପାଇଁ ଯୋଜନା ରହିଛି। ବର୍ତ୍ତମାନ କୋଡାଶିଙ୍ଗା ଏବଂ ଡିଆଁଘାଟ ଉଠାଜଳସେଚନ ପଏଣ୍ଟ ସ୍ଥାନରେ ୩କୋଟି ୩୦ଲକ୍ଷ ଏବଂ ୨କୋଟି ୨୦ଲକ୍ଷଟଙ୍କା ପଥର ପ୍ୟାକିଂ କାର୍ଯ୍ୟ ପାଇଁ ଟେକ୍ନିକାଲ ସର୍ଭେ ସରିଛି। ଆଗକୁ ଏବଳି ହରଭଙ୍ଗା ଉଠାଜଳସେଚନ ପଏଣ୍ଟରେ ମଧ୍ୟ କୋଟି କୋଟି ଟଙ୍କା ପଥରପ୍ୟାକିଂ କାର୍ଯ୍ୟ କରାଯିବା ପାଇଁ ଜଳସେଚନ ବିଭାଗ ଯୋଜନା ରଖିଛି।ଏହାଦ୍ୱାରା ନଦୀତଟ ସୁରକ୍ଷା ସାଙ୍ଗକୁ ଭବିବଷ୍ୟତରେ ଚାଷଉପଯୋଗୀ ପାଇଁ ଉଠାଜଳସେଚନ ପଏଣ୍ଟଗୁଡିକ କାର୍ଯ୍ୟକ୍ଷମ ଦ୍ୱାରା ଏହା ଲୋକଙ୍କ କାମରେ ଆସିପାରିବ। ଜଳସେଚନ ବିଭାଗୀୟ ଯନ୍ତ୍ରୀଙ୍କ ପରିଦର୍ଶନ ସମୟରେ ତାଙ୍କ ସହିତ ହରଭଙ୍ଗା ଅାଞ୍ଚଳିକ ଉନ୍ନୟନ ପରିଷଦର ସଭାପତି ପ୍ରଦୀପ କୁମାର ସାହୁ, ସମ୍ପାଦକ ବିଜୟାନନ୍ଦ ସାହୁ ପ୍ରମୋଦ କୁମାର ପ୍ରଧାନ, ବବଲୁ ଖଡରତ୍ନ ପ୍ରମୁଖ କର୍ମକର୍ତାଙ୍କ ସହିତ ଏ ବିଷରେ ବିଚାରବିମର୍ଷ କରିଥିଲେ।ନଦୀ ତଟ ସୁରକ୍ଷା ପାଇଁ ଜଳସେଚନ ବିଭାଗ ପକ୍ଷରୁ ପଥରପ୍ୟାକିଂ କାର୍ଯ୍ୟ ହାତକୁ ନିଆଯିବ ବୋଲି ପ୍ରାକ୍ ସୂଚନା ମିଳିଛି।

ସୂଚନା ଥାଉ କି ହରଭଙ୍ଗା ଗ୍ରାମ ମହାନଦୀ କୂଳରେ ଅବସ୍ଥିତ ରହିଛି। ଏହି ତହସିଲ ଅଧିନରେଥିବା ହରଭଙ୍ଗା, କୁଶଙ୍ଗ, ଶଙ୍କୁଲେଇ, ଧଳପୁର, ରାମଗଡ, ସାମ୍ପୋଚ୍, ସରସରା ଭଳି ପଞ୍ଚାୟତର କୋଡାଶିଙ୍ଗା, ଅତଲସରା, ମାରଡା, ତିରଡ, କୁମାରୀ, ପାଣିଘରା, ଖଣ୍ଡିଧଳପୁର, ହାଟଗାଁ, କରଡି ଭଳି ୫୫ଟି ରାଜସ୍ୱ ଗ୍ରାମ ପ୍ରତିବର୍ଷ ମହାନଦୀ ବନ୍ୟାରେ ପ୍ରଭାବିତ ହୋଇଥାଏ। ମହାନଦୀର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନଦୀତଟସୁରକ୍ଷା ପାଇଁ ବୌଦ୍ଧରୁ ହରଭଙ୍ଗା-ମାରଡା ପର୍ଯ୍ୟନ୍ତ ସୁଦୀର୍ଘ ଆଡିବନ୍ଧ ନିର୍ମାଣ ଜରୁରୀ ରହିଛି। ନଦୀ ତଟସୁରକ୍ଷାହେଲେ ନଦୀ ଉପତ୍ୟକତାରେ ରହିଥିବା ୫୫ରୁ ଅଧିକ ରାଜସ୍ୱ ଗାଁ ଲୋକଙ୍କ ସହିତ ହେକ୍ଟର ହେକ୍ଟର ଚାଷଜମିର ସୁରକ୍ଷା ହୋଇପାରିବ। ଏହା ସହିତ ଉତ୍ତର-ପଶ୍ଚିମ-ଦକ୍ଷିଣ ଓଡିଶାକୁ ଯୋଗାଯୋଗ ପାଇଁ ନିର୍ମାଣସରିଥିବା ଧଳପୁର-ଆଠମଲ୍ଲିକ ସେତୁକୁ ସଂଯୋଗ କରୁଥିବା ଦୀର୍ଘ ୪୦କିଲୋମିଟର ଜଗନ୍ନାଥ ସଡକ ମଧ୍ୟ ବନ୍ୟାଦାଉରୁ ରକ୍ଷାହୋଇପାରିବ। ସବୁ ଦୃଷ୍ଟିକୋଣରୁ ବିଚାରକରାଗଲେ ସମ୍ପ୍ରତି ମହାନଦୀ ତଟସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ବୁଦ୍ଧିଜୀବି ମହଲରୁ ମତପ୍ରକାଶ ପାଉଛି। ଏ ଦିଗରେ ରାଜ୍ୟସରକାର ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ବନ୍ୟାଚଂଳ ଲୋକେ ବାରମ୍ବାର ଦାବୀ କରିଆସୁଛନ୍ତି। ଏଭଳି ସ୍ଥିତିରେ ପଥରପ୍ୟାକିଂ କାର୍ଯ୍ୟ ସହିତ ସ୍ଥାୟୀ ଆଡିବନ୍ଧ ନିର୍ମାଣ ଦିଗରେ ସରକାରଙ୍କ ଶୁଭ ଦୃଷ୍ଟି ପଡିଲେ ହରଭଙ୍ଗା ଲୋକଙ୍କ ବନ୍ୟାକଷ୍ଟ ସବୁଦିନ ପାଇଁ ଦୂର ହୋଇପାରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories