www.samajalive.in
Saturday, December 13, 2025
26.1 C
Bhubaneswar

ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି କର୍ମୀ; ସରକାରଙ୍କୁ ଦେ​‌ଲେ ଅନ୍ତିମ ଚେତାବନୀ

ଭୁବନେଶ୍ବର: ୧୦ ଦଫା ଦାବି ନେଇ ଶୁକ୍ରବାର ରାଜଧାନୀରେ ଆନ୍ଦୋଳନ କରିଛନ୍ତି ହଜାର ହଜାର ଅଙ୍ଗନବାଡ଼ି କର୍ମୀ। ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟାଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାରମ୍ବାର ଦାବିପତ୍ର ମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ ସରକାର ଦାବୀ ପୂରଣ କରିବା ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଏବଂ ନିଜେ ନିଜର ଲିଖିତ ପ୍ରତିଶ୍ରୁତି ପାଳନ କରୁନଥିବା ଅଭିଯୋଗ କରି ସାରା ରାଜ୍ୟରୁ ହଜାର ହଜାର ଅଙ୍ଗନବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନବାଡ଼ି କର୍ମୀମାନେ ଆଜି ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରିଛନ୍ତି। ଯଥାଶୀଘ୍ର ସରକାର ଦାବୀ ପୂରଣ କରିବା ଦିଗରେ ଉଚିତ ପଦକ୍ଷେପ ଗ୍ରହଣ ନ କଲେ ଆଗକୁ ଯାହା ଅସୁବିଧା ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଅନ୍ତିମ ଚେତାବନୀ ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ।

ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କୁ ୯ହଜାର ଟଙ୍କା ଦରମା ଦେବାକୁ ଦାବି ହୋଇଛି । କେବଳ ସେତିକି ନୁହେଁ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚୁଇଟି ପ୍ରଦାନ, ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ମଧ୍ୟ ଦାବୀ କରିଛନ୍ତି ଅଙ୍ଗନବାଡ଼ି କର୍ମୀ। ଏଥିସହ ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯିବା, ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ଦେବା ସହ ଅବସରକାଳୀନ ସହାୟତା ଓ ୫ ହଜାର ଟଙ୍କା ପେନସନ ଦାବି କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories