www.samajalive.in
Thursday, December 11, 2025
15.1 C
Bhubaneswar

ଭୋଜନ ପରେ ଆଦୌ କରନ୍ତୁ ନାହିଁ ଏହି ଭୁଲ୍‌‌.. ଲାଗି ରହିବ ଖର୍ଚ୍ଚ

ହିନ୍ଦୁ ଧର୍ମରେ ଭୋଜନ ପ୍ରସ୍ତୁତ କରିବାକୁ ଏକ ପବିତ୍ର କାର୍ଯ୍ୟ ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ଅନ୍ନକୁ ମା’ଲକ୍ଷ୍ମୀ ବୋଲି କୁହାଯାଏ। ତେଣୁ ଭୋଜନ କରିବା ପୂର୍ବରୁ ଓ ପରେ ମା’ଲକ୍ଷ୍ମୀଙ୍କୁ ସ୍ମରଣ କରି ଧନ୍ୟବାଦ ଦେବା ଉଚିତ। ଏହାଦ୍ୱାରା ମା’ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଫଳରେ ଧନସମ୍ପତ୍ତିର ଅଭାବ ଦୂର ହୋଇଥାଏ। ଭୋଜନର ଅବମାନନା କରିବା ଦ୍ୱାରା ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଜାଣନ୍ତୁ..
ଅନେକ ସମୟରେ ଏପରି ଦେଖାଯାଏ ଭୋଜନ କରିବା ପରେ ଅନେକ ଥାଳିରେ ହାତ ଧୋଇ ଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧିତ ହୋଇଥାଆନ୍ତି। ଜୀବନରେ ଧନର ଅଭାବ ଲାଗି ରହିଥାଏ। ଅଯଥାରେ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ଭୁଲ୍‌‌ ଆଦୌ କରନ୍ତୁ ନାହିଁ। ଖାଦ୍ୟ ଖାଇବା ପରେ ଥାଳିରେ ଆଦୌ ହାତ ଧୁଅନ୍ତୁ ନାହିଁ।
କଦାପି ଭୋଜନକୁ ନଷ୍ଟ କରନ୍ତୁ ନାହିଁ। ଆବଶ୍ୟକ ପରିମାଣରେ ହିଁ ଥାଳିରେ ଭୋଜନ ନିଅନ୍ତୁ। ଭୋଜନ ନଷ୍ଟ କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ। ଆର୍ଥିକ ସମସ୍ୟା ଲାଗି ରହିଥାଏ।
ରୋଷେଇ ଘରକୁ କଦାପି ଅପରିଷ୍କାର ରଖନ୍ତୁ ନାହିଁ। ବିଶେଷ କରି ରାତିରେ ରୋଷେଇ ଘରକୁ ଅପରିଷ୍କାର ରଖନ୍ତୁ ନାହିଁ। ଏହାଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ରାତିରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଧନର ଅଭାବ ଲାଗି ରହିଥାଏ।
ରାତିରେ ପାଣି ରଖୁଥିବା ସ୍ଥାନକୁ ଅନ୍ଧକାର ରଖନ୍ତୁ ନାହିଁ। ଏଠାରେ ଲାଇଟ୍‌‌ ଲଗାଇ ରଖନ୍ତୁ। ଭୋଜନ ପ୍ରସ୍ତୁତ କରିବା ପୂର୍ବରୁ ପ୍ରଥମେ ହାତ ଧୁଅନ୍ତୁ।
ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ। ଭୋଜନ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗକୁ ମୁହଁ କରି ପ୍ରସ୍ତୁତ କରିବା ଶୁଭଙ୍କର।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories