www.samajalive.in
Monday, December 15, 2025
27.1 C
Bhubaneswar

ବିଡିପିଏଲ କମ୍ପାନୀରେ ଶ୍ରମିକ ଆନ୍ଦୋଳନ ଘଟଣା ; ମହଲତ ପରେ ଧାରଣରୁ ହଟିଲେ ଶ୍ରମିକ

ହରଭଙ୍ଗା : ହରଭଙ୍ଗା ବ୍ଲକ ତିତିରିକଟା ଠାରେ ଥିବା ବିଡିପିଏଲ କମ୍ପାନୀର ଶ୍ରମିକ ଶୋଷଣନୀତି ପ୍ରତିବାଦରେ ଗତ ଗୁରୁବାର ଅପରାହ୍ନ ସମୟରେ ଶ୍ରମିକମାନେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। କମ୍ପାନୀ ପକ୍ଷରୁ ସେମାନଙ୍କୁ ଆଗରୁ ୪୦କେଜି ଗାଈଦାନା ବସ୍ତା ଭର୍ତ୍ତିବା ଏବଂ ଥାକେଇବା ପାଇଁ ଦିଆଯାଉଥିଲା। ଵର୍ତମାନ ୫୫କେଜି ଓଜନର ବସ୍ତାକୁ ୧୨ ଗଦା ଉଚ୍ଚରେ ଥାକେଇବା ପାଇଁ ଶ୍ରମିକଙ୍କୁ କଠିନ ପରିଶ୍ରମ କରିବାକୁ ପଡୁଛି। ଏହା ସହିତ ସପ୍ତାହକୁ ଛୁଟି ଦିଆଯାଉନାହିଁ କି ଅଧିକ ସମୟ କାମର ପାଉଣା କି ଖାଇବାକୁ ଦିଆଯାଉନଥିବା ଶ୍ରମିକମାନଙ୍କ ପକ୍ଷରୁ ଅଭିଯୋଗ ଉଠିଥିଲା। ଏହାର ପ୍ରତିବାଦ କଲେ କାମରୁ ବାହାରିଯିବା ପାଇଁ କମ୍ପାନୀ କତୃପକ୍ଷ ଧମକ ଦେଉଥିବା ଶ୍ରମିକମାନେ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ଉତେଜନା ପ୍ରକାଶ ପାଇବା ସହିତ କମ୍ପାନୀ କତୃପକ୍ଷଙ୍କ ମନମୁଖୀ କାର୍ୟ୍ୟ ପ୍ରତିବାଦରେ ଆନ୍ଦୋଳନ କରିଥିଲେ।
୫ଦଫା ଦାବିନେଇ ଗତ କାଲି ଅପରାହ୍ନ୧ ରୁ ରାତି ୧୧ଟା ପର୍ୟ୍ୟନ୍ତ କମ୍ପାନୀ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ମଧ୍ୟ ରାତ୍ରିରେ ବିଡିପିଏଲ କମ୍ପାନୀ ସିଈଓ ସଂଜୟ ଖୁଣ୍ଟିଆ ଧାରଣାସ୍ଥଳରେ ପହଁଚି ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ। ଶ୍ରମିକମାନଙ୍କ ପକ୍ଷରୁ ଗାଈ ଦାନା ବସ୍ତା ଓଜନ ୫୫ କେଜିରୁ ୫୦କେଜିକୁ ହ୍ରାସ କରିବା, ସାପ୍ତାହିକ ଛୁଟି ଦେବା, ଅଧିକ କାମର ପାଉଣା ସହିତ ଖାଇବାକୁ ଦେବା, କମ୍ପାନୀରୁ କାହାକୁ ନ କାଢ଼ିବା ସହିତ ଦରମା ବୃଦ୍ଧି ଭଳି ଦାବୀଗୁଡିକ ପୂରଣ ପାଇଁ ସେମାନେ ସିଇଓଙ୍କୁ ଆଗରେ ଉପସ୍ଥାପନା କରିଥିଲେ। ସେମାନଙ୍କ ଦାବୀ ପୂରଣ ପାଇଁ ସିଇଓ ୭ଦିନ ମହଲତ ସମୟ ମାଗିଥିଲେ। ଏଥିରେ ଶ୍ରମିକମାନେ ରାଜିହେବାରୁ ମଧ୍ୟରାତ୍ରିରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏ ଦିଗରେ ଜିଲ୍ଲା ଶ୍ରମ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ ହେଉଛି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories