www.samajalive.in
Monday, December 15, 2025
27.1 C
Bhubaneswar

ଆରପାରିରେ ଅଭିନେତା ଅଖିଳ ମିଶ୍ରା; ଆକସ୍ମିକ ମୃତ୍ୟୁରେ ସ୍ତବ୍ଧ ବଲିଉଡ଼

ମୁମ୍ବଇ: ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଅଖିଳ ମିଶ୍ରା(୫୮)ଙ୍କ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ଅଭିନେତା ମୁମ୍ବଇସ୍ଥିତ ତାଙ୍କ ଘରେ ପଡ଼ିଯିବା ଫଳରେ ତାଙ୍କର ମୃତ୍ୟ ଘଟିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି। ଅଖିଳ ମିଶ୍ରାଙ୍କ ଆକସ୍ମିକ ମୃତ୍ୟୁ ଖବର ହିନ୍ଦୀ ସିନେଜଗତ ଓ ଟିଭି ଦୁନିଆରେ ଶୋକରଛାୟା ଖେଳାଇ ଦେଇଛି। ତାଙ୍କ ମୃତ୍ୟୁକୁ ପରିବାର ଓ ପ୍ରିୟଜନ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସ୍ବାମୀ ଅଖିଳଙ୍କ ମୃତ୍ୟୁ ଖବର ପାଇବା ପରେ ପତ୍ନୀ ସୁଜେନ ବର୍ନର୍ଟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସୁଜେନ ଜଣେ ଜର୍ମାନ ଅଭିନେତ୍ରୀ। ସାମାଜିକ ଗଣମାଧ୍ୟମ ଜରିଆରେ ସ୍ବାମୀଙ୍କ ମୃତ୍ୟୁ ଖବର ଦେଇ ସେ କହିଛନ୍ତି, ଘରେ କେହି ନଥିବା ସମୟରେ ଏକ ଷ୍ଟୁଲ୍‌ ଉପରୁ ଖସି ପଡ଼ି ଅଖିଳଙ୍କ ମୃତ୍ୟୁ ଘଟିଛି। ସେ ଆହୁରି କହିଛନ୍ତି, ମୋର ହୃଦୟ ଭାଙ୍ଗି ଯାଇଛି, ମୋ ଜୀବନ ସାଥୀ ଚାଲିଯାଇଛନ୍ତି। ଆଉ ଏ ଜୀବନ ବଞ୍ଚିବାକୁ ମୋର ଇଚ୍ଛା ନାହିଁ।

- Advertisement -

ଅଖିଳ ନିଜ କ୍ୟାରିୟରରେ ଚଳଚ୍ଚିତ୍ର ସହ ଅନେକ ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି। ‘ଉତରନ’, ‘ଉଡାନ’, ‘ସିଆଇଡି’, ‘ଶ୍ରୀମାନ ଶ୍ରୀମତି’, ‘ହାତିମ’ ଆଦି ଧାରାବାହିକରେ ସେ ଅଭିନୟ କରିଥିଲେ। ଏଥିସହିତ ‘ଡନ୍’, ‘ଗାନ୍ଧୀ’, ମାଇଁ ଫାଦର, ‘ଶିଖର’, ‘କମଲା କି ମୌତ’, ‘ୱେଲ ଡନ ଅବା’ ଆଦି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ନିକଟରେ ପରିଚିତ ହୋଇଥିଲେ। ତେବେ ‘ଥ୍ରୀ ଇଡିଅଟ୍ସ’ର ଲାଇବ୍ରେରିଆନ୍ ଦୁବେ ଭୂମିକା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories