www.samajalive.in
Monday, December 8, 2025
13.1 C
Bhubaneswar

ଲଗାଣ ବର୍ଷା ପ୍ରଭାବ: ଭାଙ୍ଗିଲା ଗୁମାବାହାଲ ଗାଁର ଠେଲକୋ ସାଗର ବନ୍ଧ

କଲମପୁର: ଗୁମାବାହାଲ ଗ୍ରାମର ଠେଲକୋ ସାଗର ବନ୍ଧ ଗୁରୁବାର ଅପରାହ୍ନରେ ଭାଙ୍ଗି ଯାଇଛି। ଯାହା ଫଳରେ ତଳମୁଣ୍ଡର ଚାଷ ଜମିରେ ଏବେ ପାଣି ପଶି ଧାନ ଚାଷ ନଷ୍ଟ ହେବାର ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, ଗୁମାବାହାଲ ଗ୍ରାମରେ ଥିବା ଠେଲକୋ ସାଗର କଲମପୁର ପଂଚାୟତର ଆୟର ଏକ ପନ୍ଥା। ଏହି ସାଗରର ପାଣିରେ ଚାଷ ଜମିକୁ ଜଳ ସେଚନ ଯୋଗାଇ କିଛି ଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ବିନିଯୋଗ ହେଉଥିବା ବେଳେ ମାଛ ପୋଖରୀ ଭାବେ ପଂଚାୟତର ଆୟ ବର୍ଦ୍ଧିତ କରିଥାଏ। କିନ୍ତୁ ଗତ କିଛି ବର୍ଷ ହେବ ଠେଲକୋ ସାଗରର ମରାମତି ଦିଗରେ ପ୍ରଶାସନ ଅଥବା ସ୍ଥାନୀୟ ପ୍ରତିନିଧି ନିରବ ରହିଥିବାରୁ ସାଗାରର ବନ୍ଧ ସବୁ ଦୁର୍ବଳ ହୋଇ ପଡ଼ିଛି। ଏଭଳି ସ୍ଥିତିରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଗୁରୁବାର ଅପରାହ୍ନରେ ସାଗାରର ବନ୍ଧ ଭାଙ୍ଗି ଯାଇଛି। ଯାହା ଫଳରେ ସାଗରର ତଳ ମୁଣ୍ଡରେ ଥିବା ଓମ୍‌‌ ପ୍ରକଶ ଶର୍ମାଙ୍କ ଚାଷ ଜମିରେ ପାଣି ପଶି ଯାଇ ତାଙ୍କର ପ୍ରାୟ ୧୦ ଏକର ଚାଷ ଜମି ସମେତ ଅନ୍ୟ କିଛି ଚାଷୀଙ୍କ ଜମିରେ ପାଣି ଜମି ରହି ଚାଷ ନଷ୍ଟ ହେବାର ଆଶଙ୍କା କରାଯାଉଛି।

- Advertisement -

ପ୍ରାୟ ୧୮ ଏକରର ଏହି ସାଗରକୁ କିଛି ଲୋକ ଜବର ଦଖଲ କରି ନେଇଛନ୍ତି। ପ୍ରଶାସନର ଉଦାସିନତା ଯୋଗୁଁ ଦିନକୁ ଦିନ ସାଗରର ପରିଧି ହ୍ରାସ ପାଇବା ସହ ଜଳ ଧାରଣ କ୍ଷମତା କମିଯାଉଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ଦେଶ ସ୍ୱାଧିନତାର ୭୫ ବର୍ଷ ପୂର୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରି ଏହି ସବୁ ଜଳ ଉତ୍ସକୁ ସୁରକ୍ଷିତ ରଖିବା ପାଇଁ ଅନୁଦାନ ଯୋଗାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ନିରବ ଯୋଗୁଁ ଏହି ଠେଲକୋ ସାଗର ଏବେ ପରିତ୍ୟକ୍ତ ହେବାରେ ଲାଗିଛି। ତେଣୁ ତୁରନ୍ତ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

Related Articles

Popular Categories