www.samajalive.in
Saturday, December 13, 2025
26.1 C
Bhubaneswar

ଆରପାରିରେ ଅଭିନେତା ଅଖିଳ ମିଶ୍ରା; ଆକସ୍ମିକ ମୃତ୍ୟୁରେ ସ୍ତବ୍ଧ ବଲିଉଡ଼

ମୁମ୍ବଇ: ଲୋକପ୍ରିୟ ବଲିଉଡ ଚଳଚ୍ଚିତ୍ର ‘ଥ୍ରୀ ଇଡିଅଟ୍ସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଅଭିନେତା ଅଖିଳ ମିଶ୍ରା(୫୮)ଙ୍କ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ ଅଭିନେତା ମୁମ୍ବଇସ୍ଥିତ ତାଙ୍କ ଘରେ ପଡ଼ିଯିବା ଫଳରେ ତାଙ୍କର ମୃତ୍ୟ ଘଟିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି। ଅଖିଳ ମିଶ୍ରାଙ୍କ ଆକସ୍ମିକ ମୃତ୍ୟୁ ଖବର ହିନ୍ଦୀ ସିନେଜଗତ ଓ ଟିଭି ଦୁନିଆରେ ଶୋକରଛାୟା ଖେଳାଇ ଦେଇଛି। ତାଙ୍କ ମୃତ୍ୟୁକୁ ପରିବାର ଓ ପ୍ରିୟଜନ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସ୍ବାମୀ ଅଖିଳଙ୍କ ମୃତ୍ୟୁ ଖବର ପାଇବା ପରେ ପତ୍ନୀ ସୁଜେନ ବର୍ନର୍ଟ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି। ସୁଜେନ ଜଣେ ଜର୍ମାନ ଅଭିନେତ୍ରୀ। ସାମାଜିକ ଗଣମାଧ୍ୟମ ଜରିଆରେ ସ୍ବାମୀଙ୍କ ମୃତ୍ୟୁ ଖବର ଦେଇ ସେ କହିଛନ୍ତି, ଘରେ କେହି ନଥିବା ସମୟରେ ଏକ ଷ୍ଟୁଲ୍‌ ଉପରୁ ଖସି ପଡ଼ି ଅଖିଳଙ୍କ ମୃତ୍ୟୁ ଘଟିଛି। ସେ ଆହୁରି କହିଛନ୍ତି, ମୋର ହୃଦୟ ଭାଙ୍ଗି ଯାଇଛି, ମୋ ଜୀବନ ସାଥୀ ଚାଲିଯାଇଛନ୍ତି। ଆଉ ଏ ଜୀବନ ବଞ୍ଚିବାକୁ ମୋର ଇଚ୍ଛା ନାହିଁ।

- Advertisement -

ଅଖିଳ ନିଜ କ୍ୟାରିୟରରେ ଚଳଚ୍ଚିତ୍ର ସହ ଅନେକ ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି। ‘ଉତରନ’, ‘ଉଡାନ’, ‘ସିଆଇଡି’, ‘ଶ୍ରୀମାନ ଶ୍ରୀମତି’, ‘ହାତିମ’ ଆଦି ଧାରାବାହିକରେ ସେ ଅଭିନୟ କରିଥିଲେ। ଏଥିସହିତ ‘ଡନ୍’, ‘ଗାନ୍ଧୀ’, ମାଇଁ ଫାଦର, ‘ଶିଖର’, ‘କମଲା କି ମୌତ’, ‘ୱେଲ ଡନ ଅବା’ ଆଦି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ନିକଟରେ ପରିଚିତ ହୋଇଥିଲେ। ତେବେ ‘ଥ୍ରୀ ଇଡିଅଟ୍ସ’ର ଲାଇବ୍ରେରିଆନ୍ ଦୁବେ ଭୂମିକା ତାଙ୍କୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories