ଦିନ ୧୧ଟା – ମୁଖ୍ୟ ଖବର

(୧) ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ
(୨) ନୂଆଁଖାଇ ଶୁଭେଚ୍ଛା ଜଣାଇ ଦେଶବାସୀଙ୍କ ସୁଖ ସମୃଦ୍ଧି କାମନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
(୩) ଆନନ୍ଦ ଉତ୍ସାହର ସହ ପାଳିତ ହେଉଛି ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ
– ଆଜି ନୂଆ ଫସଲକୁ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବ ଚାଷୀ
(୪) ବାଲେଶ୍ୱର ସୋର ପଣପଣା ପଞ୍ଚାୟତ ସରସତିଆ ଜେନା ସାହିରେ ଗଣେଶ ପୂଜା ଭୋଗ ଖାଇ ୧୧ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ
(୫) ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି
– ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨ ଦିନ ବର୍ଷା ସମ୍ଭାବନା
– ୯ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
(୬) ଆଜି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ପରୀକ୍ଷାମୂଳକ ଦୌଡ଼ କରାଯାଇଛି
(୭) ପାରାଦୀପ ମୁହାଣରେ ବୋଟ୍ ଓଲଟିବା ଘଟଣା
– ୩ ମତ୍ସ୍ୟଜୀବୀ ନିଖୋଜ
– ଖୋଜାଖୋଜି ଜାରି
(୮) ସୁନ୍ଦରଗଡ଼ରେ ଆଉ ୭ ଜଣ ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ ଚିହ୍ନଟ
– ୩୭ ନମୁନା ପରୀକ୍ଷାରୁ ୭ ଚିହ୍ନଟ
– ମୋଟ ଆକ୍ରାନ୍ତ ସଂଖ୍ୟା ୨୦୦କୁ ବୃଦ୍ଧି
(୯) ହୀରାକୁଦର ଆଉ୮ଟି ଗେଟ୍ ବନ୍ଦ
– ୨ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
(୧୦) କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ଆଜି ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ୯୦୦ କୋଟିର କାଳିଆ ସହାୟତା
– ଉପକୃତ ହେବେ ୪୪ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ
(୧୧) ଆଜି କୁଡୁମି ଏକତା ମଞ୍ଚ ପକ୍ଷରୁ ମୟୂରଭଞ୍ଜ ବନ୍ଦ ଡାକରା
(୧୨) ଭାରତ-କାନାଡା କୂଟନୈତିକ ବିବାଦ
– ଆସାମ ଓ ମଣିପୁର ନ ଯିବାକୁ ନିଜ ନାଗରିକଙ୍କୁ ସତର୍କ କରାଇଲା କାନାଡା

Comments are closed.