www.samajalive.in
Wednesday, December 10, 2025
14.1 C
Bhubaneswar

ଭୋଜନ ଅନୁଷ୍ଠାନ ପକ୍ଷରୁ ନୁଆଁଖାଇ ଉପଲକ୍ଷେ ସହାୟତା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସମ୍ବଲପୁରର ଭୋଜନ ପରିବାର ପକ୍ଷରୁ ୧୦୦ ଜଣ ଅସହାୟ ପରିବାରଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି। ମହାନଗର ନିଗମ ଅର୍ନ୍ତଗତ ସମ୍ବଲପୁର, ବୁର୍ଲା ଓ ହୀରାକୁଦ ଅଞ୍ଚଳର ବିଭିନ୍ନ ସ୍ଥାନରେ ରହୁଥିବା ଅସହାୟ ପରିବାର ମାନଙ୍କୁ ଡାଲି, ଚାଉଳ, ତେଲ, ଲୁଣ, ହଳଦୀ, ଚିନି, ଜିରା, ସୋରିଷ, ସୁଜି, ବେସନ, ଅଟା, ଆଳୁ, ବାଇଗଣ, ମାଖନ, ଟମାଟୋ ଓ ପୋଟଳ ଆଦି ବଣ୍ଟନ କରାଯାଇଛି। ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ମଳୟ ଦାସ, ବିପିନ ପଣ୍ଡା, ରାଜେଶ ସେଠ, ମୁକେଶ ବିଶି, ଚନ୍ଦନ ଦାସ, ଚନ୍ଦ୍ର ପାତ୍ର, ଚୈତନ୍ୟ ନାୟକ, ଅନୀଲ ଦେହୁରୀ, ଲକ୍ଷ୍ମୀ ପ୍ରଧାନ, ମନୋଜ ସାହୁ ଓ ଗୋପାଳ ସାହୁ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories