ସମ୍ବଲପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ମାଁ ସମଲେଇ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରାସନ ସାମଗ୍ରୀ, ଶାଢ଼ୀ, ଲୁଙ୍ଗି, ଗାମୁଛା ଆଦି ସାମଗ୍ରୀ ବଣ୍ଟ କରାଯାଇଛି। ସ୍ଥାନୀୟ ଦୁର୍ଗାପାଲି ସ୍ଥିତ କୁଷ୍ଠାଶ୍ରମ ଠାରେ ଗତ ୪ ବର୍ଷ ହେବ ନୁଆଁଖାଇ ଉପଲକ୍ଷେ ଏଭଳି ସାମଗ୍ରୀ ପ୍ରଦାନ କରାଯାଇଛି। ପିନ୍ଧିବା ନୁଆଁ ଖାଇବା ନୁଆଁ ଲକ୍ଷ୍ୟ ନେଇ ଅସହାୟ ମାନଙ୍କ ମୁହଁରେ ଖୁସି ଆଣିବା ପାଇଁ ଏକ ଛୋଟିଆ ପ୍ରୟାସ ଟ୍ରଷ୍ଟ ପକ୍ଷରୁ କରାଯାଇଛି। ମଙ୍ଗଳବାର ଏହି ବଣ୍ଟନ କାର୍ଯ୍ୟକ୍ରମରେ ନିଶିକାନ୍ତ ବିଶ୍ୱାଳ, ଆଶିଷ ସାହୁ, ଆଲୋକ ମହାକୁର, ସୁବର୍ଣ୍ଣା ନାୟକ, ରାଜେନ୍ଦ୍ର ସତନାମୀ, ଦୀପିକା ପ୍ରଧାନ, ପ୍ରଦ୍ୟୁତ ପଟ୍ଟନାୟକ, କାହ୍ନୁ ଚରଣ ଷଡଙ୍ଗୀ ଓ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ରହିଥିଲେ। ଏହି ଅବସରରେ ଅଞ୍ଚଳର ସୁବିଧା ଅସୁବିଧା ସମ୍ପର୍କରେ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରାଯାଇ ସମାଧାନର ବାଟ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।
Popular Categories



