ଜୁଆ ଆଡ୍ଡାରେ ଚଢ଼ାଉ ;୧୨ ଗିରଫ
![](https://samajalive.in/wp-content/uploads/2023/09/09-2.jpg)
ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ବଡ଼ କାଇଁଚ ପୁର ଗ୍ରାମରେ ଦୀର୍ଘ ଦିନ ହେଲା ଚାଲିଥିବା ଏକ ଜୁଆ ଆଡ୍ଡାରେ ଗଞ୍ଜାମ ପୁଲିସ ଚଢ଼ାଉ କରିଛି। ଆଇଆଇସି ସୁମିତ୍ରା ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ଉକ୍ତ ଜୁଆ ଆଡ୍ଡାରୁ ୧୨ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଚାରୋଟି ବାଇକ, ୧୦ ଟି ଦାମୀ ମୋବାଇଲ ଫୋନ ଏବଂ ନଗଦ ୭୭ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ସାନ କାଇଁଚପୁର ଓ ବଡ଼ କଇଁଚପୁର କୋଠରୀରେ ଦୀର୍ଘ ବର୍ଷ ହେବ ଜୁଆ ଆଡ୍ଡା ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଥାନା ପୁଲିସ ଚଢ଼ାଉ କରି ସଫଳତା ହାସଲ କରିଥିବା ବେଳେ ନୂତନ ଆଇଆଇସି ଏହି ଭଳି କାର୍ୟ୍ୟଶୈଳୀକୁ ସହର ତଥା ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି। ଚଢ଼ାଉ ବେଳେ ଥାନା ଏଏସଆଇ ଅନନ୍ତ ରାଓଙ୍କ ସମେତ ଅନ୍ୟାନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
Comments are closed.