www.samajalive.in
Sunday, December 7, 2025
26.1 C
Bhubaneswar

ନୂଆଁଖାଇ ପାଇଁ ଘର ବାହୁଡା

କେସିଙ୍ଗା : ନୂଆଁଖାଇ ପଶ୍ଚିମ ଓଡିଶାର ଏକ ଗଣପର୍ବ। ନୂଆଁଖାଇବା ପାଇଁ ଲଗ୍ନ ଧାର୍ଯ୍ୟ ଠାରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି। ଘରେ ଘରେ ଆନନ୍ଦର ଆସର। କାରଣ ଯେତେଦୁରେ ଯିଏ ଥାଉ ପଛେ ନିଜ ଘରକୁ ବାହୁଡିବେ। ପରିବାରର ସମସ୍ତେ ଏକାଠି ହେବେ। ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିବା ସହ ପଶ୍ଚିମ ଓଡିଶାର ବହୁ ଲୋକେ ବାହାର ରାଜ୍ୟରେ କାମ କରି ଗୁଜରାଣ ମେଣ୍ଟାଇଥାନ୍ତି। କେତେକ ଶିକ୍ଷିତ ବର୍ଗ ଭଲଭଲ କମ୍ପାନିରେ କାମ କରିଥାନ୍ତି ତ କେତେକ ସରକାରି ଚାକିରି। ଅନ୍ୟମାନେ ଶ୍ରମିକ ଭାବରେ କାମ କରି ପରିବାର ପୋଷଣ କରନ୍ତି। ନୂଆଁଖାଇ ଆସିବା ମାତ୍ରେ ସମସ୍ତେ ନିଜ ଘରେ କେମିତି ପହଁଚିବେ ବ୍ୟବସ୍ଥା ଆରମ୍ଭ  କରିଦିଅନ୍ତି। ରେଳଗାଡି ହିଁ ଏମାନଙ୍କ ପାଇଁ ଏକମାତ୍ର ମାଧ୍ୟମ ହୋଇଥାଏ। ତେଣୁ ପଶ୍ଚିମ ଓଡିଶା ଦେଇ ଚଳାଚଳ କରୁଥିବା ରେଳଗାଡି ମାନଙ୍କରେ ପ୍ରବଳ ଭିଡ ଦେଖାଯାଏ ଏହି ସମୟରେ। କେସିଙ୍ଗା ରେଳଷ୍ଟେସନରେ ଘର ବାହୁଡାଙ୍କର ଭିଡ ବେସ୍ ବାରି ହୋଇ ପଡୁଛି ଓ ଏହା ବୟାନ କରୁଛି ନୂଆଁଖାଇ ପାଇଁ କେତେ ବ୍ୟାକୁଳ ପଶ୍ଚିମ ଓଡିଶାବାସୀ। ନିଜ ପର୍ବକୁ କେତେ ଆନ୍ତରିକତାରେ ଭଲ ପାଉଁ ଆମେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories